ଦିନ ମଜୁରିଆ ସ୍ବର୍ଣ୍ଣ ପଦକ ବିଜେତା ସୋରେନଙ୍କୁ ସହାୟତା

ଅଶୋକ ସୋରେନ୍ । ଜଣେ ସ୍ବର୍ଣ୍ଣ ପଦକ ବିଜେତା ତୀରନ୍ଦାଜ୍ । ହେଲେ ଏହି ପୂର୍ବତନ କ୍ରୀଡ଼ାବିତ୍ ଏବେ ଦିନ ମଜୁରୀ ଲାଗି ପେଟ ପୋଷୁଛନ୍ତି । ଏ ଖବର କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟରେ ପହଞ୍ଚିବା ପରେ ସହାୟତାର ହାତ ବଢ଼ାଇଛନ୍ତି କ୍ରୀଡ଼ା ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ରାଠୋର । କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଉପାଧ୍ୟାୟ କ୍ରୀଡ଼ା ପାଣ୍ଠିରୁ ଅଶୋକଙ୍କୁ ଦେଇଛନ୍ତି ୫ ଲକ୍ଷ ଟଙ୍କାର ସହାୟତା । ୨୦୦୮ ଏସୀୟ କ୍ରୀଡ଼ାର ତୀରନ୍ଦାଜୀ ପ୍ରତିଯୋଗିତାରେ ସୋରେନ୍ ୨ଟି ସ୍ବର୍ଣ୍ଣ ପଦକ ଜିତିଥିଲେ । ପୂର୍ବରୁ ଅନ୍ୟ ଦୁଇ ତୀରନ୍ଦାଜ୍ ଲିମ୍ବାରାମ ଓ ଗୋହେଲା ବୋରୋଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.