ଟ୍ଵିଟର ଓ୍ଵାର : ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଶଶୀ ଥରୁର ମୁହାମୁହିଁ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ସାଂସଦ ଶଶୀ ଥରୁର ମୁହାମୁହିଁ । ଟ୍ଵିଟର ଓ୍ଵାର । ସୋସିଆଲ ମିଡିଆରେ ଆରୋପ-ପ୍ରତ୍ୟାରୋପ । ପ୍ରଶ୍ନ କଲେ ଶଶୀ ଥରୁର, ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ । ପାଇପ୍‌ ଯୋଗେ ଏଲ୍‌ଏନ୍‌ଜି ଗ୍ୟାସ ଯୋଗାଣକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି । ଗ୍ୟାସ୍‌ ଯୋଗାଣ ନେଇ କ’ଣ କରିଛନ୍ତି ବୋଲି ଟ୍ଵିଟର୍‌ରେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ଶଶୀ ଥରୁର । ଲୋକଙ୍କୁ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଇ ଦେବାର କ୍ରେଡିଟ ସଂସଦରେ କାହଁକି ନେଲେନି ? ପାଇପ ଲାଇନ୍‌ରେ ଗ୍ୟାସ ଯୋଗାଇ ଦେଲେ ହଜାରେ କୋଟି ଟଙ୍କା ସଞ୍ଜୟ ହେବ ବୋଲି କାହିଁକି କହିଲେ ନାହିଁ ବୋଲି ଶଶୀ ଥରୁର ପ୍ରଶ୍ନ କରିଛନ୍ତି ।

ଶଶୀ କହିଛନ୍ତି, ବାସ୍ତବିକତା ହେଉଛି ଗ୍ରାହକଙ୍କ ପାଖରେ ଏପର୍ୟ୍ୟନ୍ତ ଗ୍ୟାସ ପାଇପ ଲାଇନ ପହଞ୍ଚିନାହିଁ । ଏ ନେଇ ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ଚାହିଁଥିଲେ ମଧ୍ୟ ବାଚସ୍ପତି ଅନୁମତି ଦେଇନଥିବା ସେ କହିଛନ୍ତି । ଶଶୀ ଥରୁରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ । ସେ କହିଛନ୍ତି, ଏଭଳି ପ୍ରଶ୍ନ ତାଙ୍କୁ ଆଚମ୍ବିତ କରିଛି । ଶଶୀ ଥରୁର ଏସଂପର୍କରେ ଅଭିଜ୍ଞ । ଗ୍ୟାସ ପାଇପ ଲାଇନ ଏବଂ ଭିତ୍ତିଭୂମି କାମ ଆଗେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଶଶୀ ଥରୁରଙ୍କୁ ସମାଲୋଚନା କରି ଧର୍ମେନ୍ଦ୍ର କହିଛନ୍ତି, ୟୁପିଏ ସରକାର ସମୟରେ କୋଚିରେ ସ୍ଥାପିତ ଏଲ୍‌ଏନ୍‌ଜି ଟର୍ନିନାଲର ମାର୍କେଟ ଷ୍ଟଡି ଠିକ୍‌ରେ ହୋଇନଥିଲା । ଯାହାର କ୍ଷମତା ଅନୁସାରେ ଅଧାବି କାମ କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.