Below header

ଆଠଓ୍ଵାଲେଙ୍କ ପ୍ରସ୍ତାବ, ଏନ୍‌ଡିଏରେ ସାମିଲ ହେଉ ବିଜେଡି

ଭୁବନେଶ୍ବର (କେନ୍ୟୁଜ୍) : ଏନ୍‌ଡିଏରେ ସାମିଲ ହେଉ ବିଜେଡି । ଏପରି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠଓ୍ଵାଲେ । ରାଜ୍ୟ ଅତିଥି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଦୀର୍ଘ ଦିନ ହେବ କ୍ଷମତାରେ ରହିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ଭାବେ ୫ ଥର କ୍ଷମତାକୁ ଆସିଲେଣି । କେନ୍ଦ୍ର ସରକାରଙ୍କ ତିନ୍‌ ତଲାକ ଉଚ୍ଛେଦ ଓ ସିଏଏକୁ ମଧ୍ୟ ବିଜେଡି ସମର୍ଥନ ଦେଇଛି । ଅତୀତରେ ବିଜେପି ସହ ବିଜେଡି ଏକାଠି ମେଣ୍ଟ ସରକାର କରିଥିଲେ । ଏବେ ଅଲଗା ହୋଇଯାଇଛନ୍ତି । କିନ୍ତୁ ରାଜ୍ୟର ଅଧିକ ବିକାଶ ପାଇଁ ବିଜେଡି ଏନ୍‌ଡିଏରେ ସାମିଲ ହେବା ଆବଶ୍ୟକ ବୋଲି ରାମଦାସ ଆଠଓ୍ଵାଲେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏସ୍‌ଇବିସି ପ୍ରସ୍ତାବକୁ ମଧ୍ୟ ମନ୍ତ୍ରୀ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ଏହା ସହ ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ସିଏଏ ଆଇନକୁ ଭଲ ଭାବେ ବୁଝି ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.