Below header

ଓଡିଶା ପାଇଁ ଆଣିଲେ ଗର୍ବ, ଓଡିଶା ପାଇଁ ଦୁଇଟି ସ୍ଵର୍ଣ୍ଣ ଆଣିଲେ ପାର୍ବତୀ ସେଠୀ

କେନ୍ୟୁଜ୍ (ବ୍ୟୁରୋ) : ଓଡିଶା ପାଇଁ ଗର୍ବ ଆଣିଲେ ପାର୍ବତୀ ସେଠୀ। ଗୁଜରାଟରେ ଅୟୋଜିତ 3rd National Master Games of India Athletics Meet ରେ ଭାଗ ନେଇ ପାର୍ବତୀ ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସେ 40 ବର୍ଷ ବର୍ଗରେ ଏହି ପଦକ ହାସଲ କରିଛନ୍ତି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପାଖାପାଖି 3 ହଜାରରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ  ଭାଗ ନେଇଥିଲେ। ପାର୍ବତୀ ଡ଼ିସକସ ଥ୍ରୋ ଏବଂ ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଆଗାମୀ ସମୟରେ ସେ ଜାପାନ ସହ ଅନ୍ୟ ଦେଶରେ ହେବାକୁ ଥିବା ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ଭାଗ ନେବେ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି ପାର୍ବତୀ ସେଠୀ ଏବଂ ତାଙ୍କର କୋଚ। ଆଜି ସେ ଭୁବନେଶ୍ୱର ରେଳ ଷ୍ଟେଷନରେ ପହଂଚିବା ପରେ ତାଙ୍କୁ ଭବ୍ୟ ସମ୍ବୋଧନ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.