Below header

ରାମତୀର୍ଥ ପର୍ଯ୍ୟଟନ ସ୍ଥଳୀ ଓ ଶିମିଳିପାଳ ପ୍ରବେଶ ଅନୁମତି କେନ୍ଦ୍ରରେ ତାଲା, ପର୍ଯ୍ୟଟକ ନିରାଶ

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳ ଇକୋ ଟୁରିଯିମ ଭିତରେ ସ୍ଥାନ ପାଇଥିବା ଯଶୀପୁର ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ଓ ଶିମିଳିପାଳ ପ୍ରବେଶ ଅନୁମତି କେନ୍ଦ୍ରରେ ତାଲା ପକାଇଲେ ଆନ୍ଦୋଳନ କରୁଛନ୍ତି ସ୍ଥାନୀୟ ଲୋକେ। ୬ ଦଫା ଦାବି ନେଇ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ସ୍ଥାନୀୟ ଲୋକେ।

ଯାହା ଫଳରେ ପର୍ଯ୍ୟଟକ ମାନେ ନିରାଶ ହୋଇ ଫେରିଯାଉଥିବା ଦେଖିବାକୁ ମିଳିଛି। ରାମତୀର୍ଥରେ ବଣଭୋଜି ପାଇଁ ଅନୁମତି,ମୟୁରଭଞ୍ଜର ଗଣ ପର୍ବ ମକର ମେଳାରେ ନିଶୁଳ୍କ ପ୍ରବେଶ,ପୂର୍ବ ପ୍ରତିଶୃତି ଅନୁଯାୟୀ ଶିଶୁ ଉଦ୍ୟାନ ଓ ହରିଣ ଉଦ୍ୟାନ ପ୍ରତିଷ୍ଠା, ବୋଟିଂ ବ୍ୟବସ୍ଥା, ନଦୀର ଅପର ପାଶ୍ୱର୍ରେ ଥିବା ମନ୍ଦିରକୁ ଯିବା ପାଇଁ ଝୁଲା ପୋଲର ବ୍ୟବସ୍ଥା କରାଯାଇଛି । ଏଥିସହିତ ରାମତୀର୍ଥର ମୁଖ୍ୟ ଆକର୍ଷଣ କୁହାଯାଉଥିବା କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ପୁନର୍ବାର ଚାଲୁ କରିବା ଦାବିରେ ଆଜି ଯଶୀପୁର ଜନ ସାଧାରଣ ଦୁଇଟି ଫାଟକରେ ତାଲା ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.