ବୃଦ୍ଧଙ୍କର ଅଜବ ନିଶା: ୧୦୮ ବର୍ଷ ହେଲା ବିନା ପାଣିରେ ବିତାଉଛନ୍ତି ସୁସ୍ଥ ଜୀବନ

ବାଲେଶ୍ୱର (କେନ୍ୟୁଜ): କଥାରେ ଅଛି ଜଳ ହିଁ ଜୀବନ। ଜଳ ବିହୁନେ ଜୀବ ଜଗତ କିମ୍ବା ଆମ ପୃଥିବି ତିଳେ ହିଁ ତିଷ୍ଠି ରହିବା ଅସମ୍ଭବ। ମଣିଷ ବଞ୍ଚିବା ପାଇଁ ଯେଭଳି ଅତ୍ୟାବଶ୍ଯକ ଭାବରେ ଖାଦ୍ୟ , ବସ୍ତ୍ର, ବାସଗୃହ ଦରକାର ସେହିଭଳି ଜଳ ଓ ପବନ ବି ଅପରିହାର୍ଯ୍ଯ । ହେଲେ ଏଭଳି ଜଣେ ମଣିଷ ଅଛନ୍ତି ଯିଏକି ବର୍ଷ ବର୍ଷ ଧରି ଜଳ ବିନା ବଞ୍ଚି ରହିଛନ୍ତି। କଥାଟି ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ଯ ଚକ୍କିତ କଲା ଭଳି ଲାଗୁଥିବ । କିନ୍ତୁ ଲାଗୁଥିଲେ ବି ଶତ ପ୍ରତିଶତ ସତ। ଦିନିକେ ଦୁଇ ଦିନ ନୁହଁ ବର୍ଷ ବର୍ଷ ଧରି ପାଣି ନପିଇ ସୁସ୍ଥ ଭାବରେ ଜୀବନ ଜାପାନ କରୁଥିବା ସେ ନିଜକୁ ଦାବି କରିଛନ୍ତି ।

ବୃଦ୍ଧ ଜଣକ ପାଣି ନ ପିଇଲେ ମଧ୍ୟ ପାଣି ବଦଳରେ ସେ କ୍ଷୀର ପାନ କରନ୍ତି । ସେ ପୁଣି ଦିନକୁ ମାତ୍ର ୩ ଥର । ଆଉ ସେହି ମଣିଷ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତର ଦୋଳ ଗୋହିରା ଗ୍ରାମର ଶତାୟୁ ପୁରୁଷ କେଦାର ଗିରୀ। ଜନ୍ମରୁ ପାଣି ପିଇ ନଥିବା ଶତାୟୁ ଆଜି ପାଦ ଥାପିଛନ୍ତି ୧୦୮ ବର୍ଷରେ । ତାଙ୍କର ଜନ୍ମ ପରେ ହେତୁ ହେବା ଦିନଠାରୁ ୧୦୮ ବର୍ଷ ହେଲା ସେ ପାଣି ଜମା ପିଇ ନାହାଁନ୍ତି ବୋଲି ଦାବି କରିଛନ୍ତି । ବୃଦ୍ଧଙ୍କୁ ବର୍ତ୍ତମାନ ୧୦୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଜୀବନରେ ତାଙ୍କୁ କୌଣସି ବଡ ରୋଗ ହୋଇ ନାହିଁ ବୋଲି ସେ କୁହନ୍ତି, ସବୁଠାରୁ ବଡ କଥା ହେଉଛି ତାଙ୍କୁ ଆଠ ବର୍ଷ ହୋଇଥିବା ବେଳେ ସେ ପାଣି ପିଇବା ଛାଡି ଦେଇଛନ୍ତି। ଆଜି ସେ ୧୦୮ବର୍ଷ ବୟସରେ ପହଁଚିଥିବା ବେଳେ କିଛି ସ୍ୱେଚ୍ଛାସେବୀ ତାଙ୍କ ନିକଟରେ ପହଂଚି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । କୌଣଷି ଦିନ ସେ ପାଣି ପିଅନ୍ତି ନାହିଁ, ଏପରିକି ଖାଦ୍ୟ ଓ ଔଷଧ ଖାଇବା ପରେ ମଧ୍ୟ ପାଣି ପିଅନ୍ତି ନାହିଁ । ବୃଦ୍ଧଙ୍କ ଏଭଳି ଅଜବ ନିଶା ପାଇଁ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।ଅନ୍ଯପଟେ କେଦାରଙ୍କ ପରିବାର ଲୋକେ କହିଛନ୍ତି ବାପାଙ୍କୁ ପାଣି ପିଇବାକୁ ବାଧ୍ୟ କଲେ ସେ ବିରକ୍ତି ହୁଅନ୍ତି ବୋଲି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.