Below header

କୁଚିଣ୍ଡା ଗୋବିନ୍ଦପୁର ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତ ଅଟକ

କୁଚିଣ୍ଡା ଗୋବିନ୍ଦପୁର ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଅଟକ । ଗୋବିନ୍ଦପୁର ଥାନାରେ ପୀଡିତା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପୀଡିତା ଟାଙ୍ଗରମୁଣ୍ଡାରେ ବଡଗାଁ ସାହାଜବାହାଲ ଯିବା ପାଇଁ ବାମରାକୁ ବାହାରି ଥିଲେ ।

କୁଚିଣ୍ଡା(କେନ୍ୟୁଜ୍): କୁଚିଣ୍ଡା ଗୋବିନ୍ଦପୁର ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୩ ଅଭିଯୁକ୍ତ ଅଟକ । ଗୋବିନ୍ଦପୁର ଥାନାରେ ପୀଡିତା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପୀଡିତା ଟାଙ୍ଗରମୁଣ୍ଡାରେ ବଡଗାଁ ସାହାଜବାହାଲ ଯିବା ପାଇଁ ବାମରାକୁ ବାହାରି ଥିଲେ ।

ଟାଙ୍ଗରମୁଣ୍ଡାରେ ଛିଡ଼ା ହୋଇଥିବା ବେଳେ ବାଟରେ ୨ ଜଣ ଯୁବକ ବାଇକ୍‌ରେ ଆସି ପୀଡିତାଙ୍କୁ ବଡଗାଁ ଅଞ୍ଚଳରେ ଛାଡ଼ିଦେବେ କହିଥିଲେ । ତେବେ ରାତି ୨ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଘଟଣା ପରେ ପୀଡ଼ିତାଙ୍କୁ ଗଡ଼ପୋଷ ଗାଁ ପାଖରେ ଛାଡ଼ି ଅଭିଯୁକ୍ତ ପାଳାଇଥିଲେ । ଗତକାଲି ପୀଡ଼ିତାଙ୍କ ଗଡ଼ପୋଷ ଫାଣ୍ଡିରେ ଅଭିଯୋଗ କଲାପରେ ପୋଲିସ ତନାଘନା ଚଳାଇଛି ।

ଜଣେ ଡିଏସପି ର‍୍ୟାଙ୍କର ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ IPSର ଦଫା ୩୭୬/୩୭୬(ଡି)/୩୬୬/୧୨୦(ବି) ଅନୁସାରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.