ସାପ ଲାଞ୍ଜକୁ ଖେଳନା କରି ଖେଳିଲା ଶିଶୁ, ରାଗରେ କମେଣ୍ଟ ଦେଉଛନ୍ତି ୟୁଜର୍ସ

ବିଷଧର ସାପକୁ ଦେଖିଲେ ଲୋକମାନେ ଡରି ଯାଉଥିବା ବେଳେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏକ ଆଶ୍ଚର୍ଯ୍ୟ ଦୃଶ୍ୟକୁ ଦର୍ଶାଇଛି । ଏକ ଛୋଟ ଶିଶୁ ନିର୍ଭୟରେ ଏକ ଲମ୍ବା ବିଷଧର ସାପ ସହିତ ଖେଳୁଛି ।

ସାପକୁ ଭୟ କରିବା ଏକ ସାଧାରଣ କଥା ଏବଂ ଏହା ଯଦି ସାମ୍ନାକୁ ଆସିଯାଏ ତେବେ ସାଧାରଣ ଲୋକର ଦେହ ଥରି ଉଠେ । ଅଧିକାଂଶ ଲୋକ ସାପକୁ ବହୁତ ଭୟ କରିଥାନ୍ତି ତେଣୁ ଏଭଳି ବିଷଧର ସାପ ଠାରୁ ଦୂରେଇ ରୁହନ୍ତି । ତେବେ ଏହିି ବିଷଧର ସାପ ମାନଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ । ବିଷଧର ସାପକୁ ଦେଖିଲେ ଲୋକମାନେ ଡରି ଯାଉଥିବା ବେଳେ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏକ ଆଶ୍ଚର୍ଯ୍ୟ ଦୃଶ୍ୟକୁ ଦର୍ଶାଇଛି । ଏକ ଛୋଟ ଶିଶୁ ନିର୍ଭୟରେ ଏକ ଲମ୍ବା ବିଷଧର ସାପ ସହିତ ଖେଳୁଛି । ଏହି ଦୃଶ୍ୟକୁ ଯେ କେହି ଦେଖିବ ଡରି ଯିବ କିନ୍ତୁ ଛୋଟ ଶିଶୁଟି ମନରେ ଟିକିଏ ହେଲେ ବି ଡର ଦେଖାଯାଉ ନାହିଁ । ଖେଳନା ସହ ଖେଳିବା ଭଳି ସେ ସାପ ସହ ଖେଲୁଥିବାର ନଜର ଆସିଛି ।

ଜୁନ ୨୫ରେ @ raj_meena_3262 ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ପୋଷ୍ଟ କରାଯାଇଥିଲା । ପୋଷ୍ଟ ହେବା ପରଠାରୁ ଏହା ୬୪,୦୦୦ ଲାଇକ୍ ପାଇଛି ଏବଂ ଦିନକୁ ଦିନ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓରେ ଶିଶୁଟି ସାପର ଲାଞ୍ଜକୁ ଧରି ବିନା ଭୟରେ ଖେଲୁଥିବା ଆପଣମାନେ ଦେଖିପାରିବେ । ଏହି ଭିଡିଓଟି ଦର୍ଶକଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଛି ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ପ୍ରତିକ୍ରିୟା ସୃଷ୍ଟି କରିଛି । ୟୁଜର୍ସମାନେ ନିଜର ଭାବନା ପ୍ରକାଶ କରିଛନ୍ତି, ଅନେକ ରାଗିଥିବା ବେଳେ ଅନ୍ୟ ୟୁଜର୍ସ ଶିଶୁର ସୁରକ୍ଷା ବିଷୟରେ ଚିନ୍ତା କରିଛନ୍ତି । ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟକୁ କିପରି କରିବାକୁ ଦିଆଗଲା ଏବଂ ଏହାକୁ କିପରି ପୋଷ୍ଟ କରାଗଲା ସେନେଇ ପ୍ରଶ୍ନ ଉଠିଛି । ୟୁଜର୍ସମାନେ ଶିଶୁର ଅଭିଭାବକଙ୍କ ଚିନ୍ତାଧାରାକୁ ନେଇ ପ୍ରଶ୍ନ କରିଛନ୍ତି । କେତେକ ୟୁଜର୍ସ ଶିଶୁର ନିର୍ଭୟତାରେ ପ୍ରଶଂସା କରୁଥିବାବେଳେ ଅନ୍ୟମାନେ ଯୁକ୍ତି କରିଛନ୍ତି ଯେ ଏହିପରି କାର୍ଯ୍ୟ କରିବା ଅସୁରକ୍ଷିତ ଏବଂ ଏହାକୁ ଉତ୍ସାହ ଦେବା ଠିକ ନୁହେଁ ।

 

View this post on Instagram

 

A post shared by Raj Kalakhoh (@raj_meena_3262)

ସାପଗୁଡିକ ଜଙ୍ଗଲି ଜନ୍ତୁ ଏବଂ ସେମାନଙ୍କୁ ସମ୍ଭାଳିବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ଏପରିକି ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ସାପ ଧରିବା ସମୟରେ ସତର୍କତା ଅବଲମ୍ବନ କରନ୍ତି । ଶଶୁଟି ସାପ ସହିତ ଖେଳୁଥିବାର ଭାଇରାଲ ଭିଡିଓଟି ୟୁଜର୍ସଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଜଣେ ବ୍ୟକ୍ତି ଶିଶୁର ସୁରକ୍ଷା ପାଇଁ ଚିନ୍ତା କରି କମେଣ୍ଟରେ ଲେଖିଛନ୍ତି ଯେ ଏହା ମୋର ଛୋଟ ବନ୍ଧୁଙ୍କ ପାଇଁ ବିପଦପୂର୍ଣ୍ଣ । ଏଭଳି ଅନେକ ୟୁଜର୍ସ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ତେବେ ଶିଶୁଟି ଛୋଟ ହୋଇଥିବାରୁ ସେ ଭୟଙ୍କର ସାପ ବିଷୟରେ ଜାଣିବା ଅସମ୍ଭବ କିନ୍ତୁ ବୟସ୍କ ବ୍ୟକ୍ତିମାନେ ଏଭଳି ବିଷଧର ସାପ ଠାରୁ ଶିଶୁଙ୍କୁ ଦୂରେଇ ରଖିବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.