ବଲିଉଡ ପରେ ସାଉଥରେ ଡେବ୍ୟୁ କରିବେ ନୋରା, ବରୁଣ ତେଜଙ୍କ ସହିତ ଆସିବେ ନଜର

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ କମାଲ କରିବା ପରେ ସାଉଥ ଇଣ୍ଡଷ୍ଟ୍ରୀରେ ପାଦ ଦେବାକୁ ଯାଉଛନ୍ତି ନୋରା । ତେଲୁଗୁ ସୁପରଷ୍ଟାର ବରୁଣ ତେଜଙ୍କ ସହିତ ଫିଲ୍ମରେ ନଜର ଆସିପାରନ୍ତି ନୋରା । ତେବେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅଫିସିଆଲ ଭାବେ କିଛି ଘୋଷଣା ହୋଇନାହିଁ ।

ନୋରା ଫତେହୀ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନୋରା ସାଉଥ୍ର ସୁପରଷ୍ଟାର ବରୁଣ ତେଜଙ୍କ ସହ ନୂଆ ଫିଲ୍ମରେ ନଜର ଆସିପାରନ୍ତି । ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ ଅଫିସିଆଲ କିଛି ଘୋଷଣା କରାଯାଇନାହିଁ । ଫିଲ୍ମର କାହାଣୀ, ଟାଇଟଲ, ନୋରାଙ୍କ ଚରିତ୍ର ବିଷୟରେ ମଧ୍ୟ କିଛି ଘୋଷଣା କରାଯାଇନାହିଁ ।

ଖବର ମୁତାବକ, ସାଉଥ୍ ସୁପରଷ୍ଟାର ବରୁଣ ତେଜ ଓ ନୋରା ଫତେହୀ ଖୁବଶୀଘ୍ର ଏକ ନୂଆ ଫିଲ୍ମରେ ଏକାଠି ନଜର ଆସିବେ । ଏହି ଫିଲ୍ମରେ ନୋରା ଅଭିନୟ ଛଡା ଡ୍ୟାନ୍ସ ମଧ୍ୟ କରିବେ । ନିଜର ଡ୍ୟାନ୍ସ ମୁଭ୍ସ ପାଇଁ ପରିଚିତ ନୋରା ଏହି ଫିଲ୍ମରେ ମଧ୍ୟ କମାଲ୍‌ କରିବେ ।

ତେବେ ଫିଲ୍ମର ନାମ ମଟକା ହୋଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ଅଫିସିଆଲ ଭାବେ ଘୋଷଣା କରାଯାଇନାହିଁ । ଖୁବଶୀଘ୍ର ଫିଲ୍ମର ଟାଇଟଲ ଘୋଷଣା କରାଯିବ । ଏହାକୁ ନେଇ ନୋରା ମଧ୍ୟ ଚୁପ୍‌ ରହିଛନ୍ତି ।ଏହି ଖବର ଆସିବା ପରେ ନୋରା ଓ ବରୁନଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି ।

 

View this post on Instagram

 

A post shared by Nora Fatehi (@norafatehi)

ବଲିଉଡ ଇଣ୍ଡଷ୍ଟ୍ରୀରେ ନୋରାଙ୍କୁ ତାଙ୍କ ଡ୍ୟାନ୍ସ ପାଇଁ ବହୁତ ଲୋକପ୍ରିୟତା ମିଳିଛି । ନୋରା ‘ସତ୍ୟମେବ ଜୟତେ’ ଫିଲ୍ମର ‘ଦିଲ୍ବର’ ଗୀତରୁ ବଲିଉଡରେ ନା କରିଥିଲେ । ନୋରା ଜଣେ ଭଲ ଡ୍ୟାନ୍ସର ହେବା ସହ ଅନେକ ରିୟାଲିଟି ସୋ ର ଜଜ ଭାବେ ନଜର ଆସୁଛନ୍ତି । ନୋରା ‘ଭୁଜ’ ଫିଲ୍ମରେ ଛୋଟ ଭୂମିକାରେ ନଜର ଆସିଥିଲେ କିନ୍ତୁ ଏହା ତାଙ୍କ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଅଳ୍ପ ଟିକେ ରୋଲ ପାଇ ମଧ୍ୟ ବହୁତ ଖୁସି ରହିଥିଲେ ନୋରା ।
ତେବେ ବଲିଉଡ ପରେ ସାଉଥରେ ନୋରା କେମିତି କମାଲ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.