ବଙ୍ଗୋପସାଗରରେ ସାଗର ଦ୍ୱୀପକୁ ଇଲିଶି ମାଛ ମାରିବାକୁ ଯିବାବେଳେ ବୁଡ଼ିଗଲା ଡଙ୍ଗା, ବର୍ତ୍ତିଗଲେ ୧୦ ମତ୍ସ୍ୟଜୀବୀ

ଦୁର୍ଘଟଣାଗ୍ରସ୍ତ ଡଙ୍ଗାରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାରର ଦୃଶ୍ୟ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ବଙ୍ଗୋପସାଗରରେ ସାଗର ଦ୍ୱୀପକୁ ଇଲିଶି ମାଛ ମାରିବାକୁ ୧୦ ଜଣ ମତ୍ସ୍ୟଜୀବୀ ଯାଇଥିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ସମୁଦ୍ର ଉତ୍ତାଳ ଥିବାରୁ ବଡ଼ ବଡ଼ ଢେଉରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ):ସମୁଦ୍ରରେ ରେସକ୍ୟୁ LIVE । ଦୁର୍ଘଟଣାଗ୍ରସ୍ତ ଡଙ୍ଗାରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାରର ଦୃଶ୍ୟ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ବଙ୍ଗୋପସାଗରରେ ସାଗର ଦ୍ୱୀପକୁ ଇଲିଶି ମାଛ ମାରିବାକୁ ୧୦ ଜଣ ମତ୍ସ୍ୟଜୀବୀ ଯାଇଥିବା ବେଳେ ଡଙ୍ଗାଟି ବୁଡ଼ିଯାଇଥିଲା । ସମୁଦ୍ର ଉତ୍ତାଳ ଥିବାରୁ ବଡ଼ ବଡ଼ ଢେଉରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।

ଏହାପରେ ନିକଟରେ ଥିବା ଅନ୍ୟ ଏକ ଡଙ୍ଗା ୮ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଛି । ତେବେ ଅନ୍ୟ ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ମତ୍ସ୍ୟଜୀବୀମାନେ ସ୍ଥାନୀୟ ସୁନ୍ଦରବନ ଅଞ୍ଚଳର ବୋଲି ଜଣାପଡିଛି । ଡଙ୍ଗା ଦୁର୍ଘଟଣା ପରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର ବେଳର ଦୃଶ୍ୟ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.