ଗୋରା ସ୍କିନ ପାଇଁ ମିଳିଲାନି ଚାକିରୀ

''ଅଧିକ ଗୋରା ହୋଇଥିବାରୁ ଆପଣଙ୍କୁ ମିଳିବନି ଚାକିରୀ। କାରଣ ଆମ କମ୍ପାନୀରେ ଥିବା ସମସ୍ତ କର୍ମଚାରୀଙ୍କ ସ୍କିନ ଟୋନ ଫେୟାର ଆପଣଙ୍କଠୁ ବହୁତ କମ ରହିଛି। ଏମିତିରେ ଆପଣ କାମ କଲେ ମତଭେଦ ହୋଇପାରେ। ତେଣୁ ସ୍କିନ ଟୋନ ଫେୟାର ବା ଗୋରା ହୋଇଥିବା କାରଣରୁ ଆପଣ ଇଣ୍ଟରଭ୍ୟୁ ପାସ୍‌ କରିଥିଲେ ମଧ୍ୟ ଚାକିରୀ ମିଳିବ ନାହିଁ।'' ଏଭଳି ଖବର ଏବେ ଖୁବ ଚର୍ଚା ଧରିଛି , ଘଟଣାଟି ବାଙ୍ଗାଲୋରର.. ଡିଜିଟାଲ ମାର୍କେଟିଙ୍ଗ ପ୍ରଫେସନାଲ ପ୍ରତୀକ୍ଷା ଜିଚକର ନିଜ ଗୋରା ସ୍କିନ ପାଇଁ ପାଇଲେନି ଚାକିରୀ, କାରଣ ଶୁଣିକି ସମସ୍ତେ ଆଶ୍ଚର୍ଯ୍ୟ

”ଅଧିକ ଗୋରା ହୋଇଥିବାରୁ ଆପଣଙ୍କୁ ମିଳିବନି ଚାକିରୀ। କାରଣ ଆମ କମ୍ପାନୀରେ ଥିବା ସମସ୍ତ କର୍ମଚାରୀଙ୍କ ସ୍କିନ ଟୋନ ଫେୟାର ଆପଣଙ୍କଠୁ ବହୁତ କମ ରହିଛି। ଏମିତିରେ ଆପଣ କାମ କଲେ ମତଭେଦ ହୋଇପାରେ। ତେଣୁ ସ୍କିନ ଟୋନ ଫେୟାର ବା ଗୋରା ହୋଇଥିବା କାରଣରୁ ଆପଣ ଇଣ୍ଟରଭ୍ୟୁ ପାସ୍‌ କରିଥିଲେ ମଧ୍ୟ ଚାକିରୀ ମିଳିବ ନାହିଁ।” ଏଭଳି ଖବର ଏବେ ଖୁବ ଚର୍ଚା ଧରିଛି , ଘଟଣାଟି ବାଙ୍ଗାଲୋରର.. ଏଭଳି ଖବର ଶୁଣିଲେ ବାକି ଯୁବକ ଯୁବତୀ ଯେଉଁମାନେ ଚାକିରୀ ପାଇଁ ଅନାଇ ବସିଛନ୍ତି ତାଙ୍କ ମାନସିକ ସ୍ଥିତି କଣ ହେବ ଭାବିପାରୁଥିବେ।

ଏବେ ତ ଘଟଣା ଏମିତି ସବୁ ସାମ୍ନାକୁ ଆସୁଛି ତାକୁ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଭଲ ଚାକିରୀ ଖଣ୍ଡେ ପାଇବା ପାଇଁ ସମସ୍ତେ ଚିନ୍ତାରେ ଥିବା ବେଳେ ଏବେ କମ୍ପାନୀ ଯଦି ଏଭଳି ନିୟମ ବିଷୟରେ କହିବ, ତେବେ କିଏ କଣ ଆଉ କରିପାରିବ.. ଏସବୁ ଅଯଥା ନିୟମରେ ମୁଣ୍ଡ ଖରାପ ହେବା ସ୍ୱଭାବିକ।

ଆମେ କହୁଥିବା ଘଟଣା ଟି ବାଙ୍ଗାଲୋରର.. ବାଙ୍ଗାଲୋରରେ ଡିଜିଟାଲ ମାର୍କେଟିଙ୍ଗ ପ୍ରଫେସନାଲ ପ୍ରତୀକ୍ଷା ଜିଚକର ନାମକ ଜଣେ ଯୁବତୀ ନିଜ ଲିଙ୍କଡ଼ଇନ ପ୍ରୋଫାଇଲରେ ଏହାକୁ ସେୟାର କରିଛନ୍ତି। ସୂଚନା ଅନୁସାରେ ଇଣ୍ଟରଭ୍ୟୁରେ ୩ଟି ରାଉଣ୍ଡ ଥିଲା। ପ୍ରଥମେ ଆସାଇନମେଣ୍ଟ, ଦ୍ୱିତୀୟରେ ସ୍କିଲ୍ସ ପାଓ୍ଵାର ଓ ଶେଷ ରାଉଣ୍ଡ ଏକ୍ସପିରିଏନ୍ସ । ବଡ଼ କଥା ହେଉଛି ପ୍ରତୀକ୍ଷ ଏସବୁ ରାଉଣ୍ଡରେ କ୍ୱାଲିଫାଏ କରିଥିଲେ। କିନ୍ତୁ ଫାଇନାଲ ରାଉଣ୍ଡରେ ନିଆଯାଇଥିବା ନିଷ୍ପତ୍ତି ତାଙ୍କୁ ଚିନ୍ତାରେ ପକାଇଥିଲା। କମ୍ପାନୀର ଏଚଆର ଟିମ ପକ୍ଷରୁ ମେଲ ଆସିଲା, ଯେଉଁଥିରେ ଲେଖାଯାଇଥିଲା

ଆମ କମ୍ପାନୀର ଇଣ୍ଟରଭ୍ୟୁ ସମୟରେ ପୁରା ପ୍ରୋସେସ୍ ଶେଷ ହେବା ଯାଏଁ ଧୈର୍ଯ୍ୟର ସହ ସହଯୋଗ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ହେଲେ ଦୁର୍ଭାଗ୍ୟ ଯେ ସବୁଥିରେ ଆପଣଙ୍କ ସଫଳତା ପରେ ବି ଆମେ ଆପଣଙ୍କୁ ଏହି ପୋଷ୍ଟ ପାଇଁ ରଖିପାରିବୁ ନାହିଁ ।

ଆପଣଙ୍କ ପ୍ରୋଫୋଇଲ ଆମ କମ୍ପାନୀର ଆବଶ୍ୟକତା ଅନୁସାରେ ପୁରା ଠିକ୍ ଅଛି । କିନ୍ତୁ ସମସ୍ୟା ଅପଣଙ୍କ ସ୍କିନରେ । ପ୍ରକୃତ କଥା ହେଉଛି , ଆପଣଙ୍କ ସ୍କିନ୍ ଟୋନ୍ ଆମ ଟିମ୍ ଠାରୁ ଅଧିକ । ଆପଣଙ୍କ ଅତ୍ୟଧିକ ଗୋରା ରଙ୍ଗ ଆମ ଟିମ୍ ଭିତରେ ମତଭେଦ ସୃଷ୍ଟି କରିପାରେ । ତେଣୁ ଇଣ୍ଟରଭ୍ୟୁରେ ଆପଣଙ୍କ ସଫଳତା ପରେ ବି ଆମେ ଆପଣଙ୍କୁ ଜବ୍ ଅଫର ଦେଇପାରିବୁ ନାହିଁ ।

ଧନ୍ୟବାଦ

ବିବିଧତାର ଦେଶ କୁହାଯାଉଥିବା ଆମ ଭାରତରେ ଏଭଳି ଭାବେ ରଙ୍ଗ, ବର୍ଣ୍ଣ, ଧର୍ମ ଆଧାରରେ ଚୟନ କରାଯିବା ଦୁଃଖର ବିଷୟ ବୋଲି ଲେଖିଛନ୍ତି ପ୍ରତୀକ୍ଷା ।ପ୍ରତୀକ୍ଷାଙ୍କ ଏହି ପୋଷ୍ଟକୁ ୧୫ ହଜାରରୁ ଅଧିକ ଲୋକ ଲାଇକ୍ କରିସାରିଲେଣି । ତେବେ ଆଜିକା ଦିନରେ ବି ରଙ୍ଗ ରୂପକୁ ନେଇ ଏଭଳି ବିଚାର କରିବା ଲୋକଙ୍କ ଦୁର୍ବଳ ମାନସିକତାକୁ ସୂଚାଉଛି । ତେବେ ପୂର୍ବରୁ ବି ଏଭଳି କିଛି ଖବର ସାମ୍ନାକୁ ଆସିଛି । ଏହା ବିରୋଧରେ ସ୍ୱର ବି ଉଠିଛି । ଏମିତି ମାନସିକ ରଖୁଥିବା କମ୍ପାନୀରେ ଚାକରି ନକରିବା ବି ଭଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.