ବନ୍ଦେ ଭାରତ ଏକ୍ସପ୍ରେସରେ ରୁଟିରୁ ମିଳିଲା ଅସରପା, ସର୍ଭିସ ପ୍ରୋଭାଇଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା IRCTC

ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀଙ୍କୁ ପରଷା ଯାଇଥିବା ରୁଟିରୁ ବାହାରିଲା ଅସରପା । ଏହା ପରେ ସର୍ଭିସ ପ୍ରୋଭାଇଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା IRCTC । ଜରିମାନା ସହିତ ଦେଲା ଚେତାବନୀ ।

ଭୋପାଳ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ରେ ପରଷା ଯାଇଥିବା ରୁଟିରୁ ବାହାରିଲା ଅସରପା । ରୁଟିର ଅସରପା ବାହାରିବା ପରେ ଆଇଆରସିଟିସି ସର୍ଭିସ ପ୍ରୋଭାଇଡ କରୁଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଜଣେ ଯାତ୍ରୀଙ୍କ ରୁଟିରୁ ଅସରପା ବାହାରିବା ନେଇ ଆଇଆରସିଟିସିକୁ ଟ୍ଵିଟ କରିଥିଲେ । ଏହି ଟ୍ଵିଟକୁ ନେଇ ଆଇଆରସିଟିସି ସର୍ଭିସ ଦେଉଥିବା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଜରିମାନା ଲଗାଇଛି ।

ଖବର ମୁତାବକ, ଜୁଲାଇ ୨୪ ତାରିଖ ଦିନ ଯାତ୍ରୀ ଜଣକ ବନ୍ଦେ ଭାରତ ଏକ୍ସପ୍ରେସରେ ଭୋପାଳରୁ ଗ୍ବାଲିୟର୍ ଯାଉଥିବା ବେଳେ ତାଙ୍କୁ ଦିଆଯାଇଥିବା ରୁଟିରେ ମଲା ଅସରପାଟିଏ ଲାଖିଥିଲା। ଏହାର ଫଟୋ ଉଠାଇ ଯାତ୍ରୀ ଜଣକ ଆଇଆରସିଟିସିକୁ ଟ୍ଵିଟ୍‌ କରିଥିଲେ । ବ୍ୟକ୍ତିଙ୍କ ଟ୍ଵିଟ ପରେ ଆଇଆରସିଟିସି ଆକ୍ସନ ନେଇଥିଲା । ଆଉ ଟ୍ଵିଟର ଜବାବ ଦେଇଥିଲା ।

ଆଇଆରସିଟିସି ଟ୍ଵିଟ୍‌ କରି କହିଥିଲା, ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଦ୍ୟ ପ୍ରସ୍ତୁତି କିରବା ବେଳେ ସାବଧାନତା ଅବଲମ୍ବନ କରିବା ଲାଗି ସମ୍ପୃକ୍ତ ସର୍ଭିସ ପ୍ରୋଭାଇଡରକୁ କଡ଼ା ଚେତାବନୀ ମଧ୍ୟ ଦେଇ ଜରିମାନା କରାଯିବା ସହିତ ରୋଷେଇ ଘର ପରିଷ୍କାର ପରିଚ୍ଛନ୍ନତା ଉପରେ ନଜର ରଖିବାକୁ କୁହାଯାଇଛି।