ପୁରୀ: ମା’ ଲକ୍ଷ୍ମୀଙ୍କ ମନ୍ଦିରରୁ ପେଚା ଉଦ୍ଧାର, ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ

ପୁରୀ(କେନ୍ୟୁଜ୍):  ମା’ ଲକ୍ଷ୍ମୀଙ୍କ ମନ୍ଦିରରୁ ପେଚା ଉଦ୍ଧାର । ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ମା ଲକ୍ଷ୍ମୀଙ୍କ ମନ୍ଦିରରୁ ଧଳା ପେଚା ଉଦ୍ଧାର ହୋଇଛି। ସେବାୟତ ମଧୁସୂଦନ ସିଂହାରୀ ପେଚାକୁ ଉଦ୍ଧାର କରିଥିଲେ ।

ପରେ ଶ୍ରୀମନ୍ଦିର ବାହାରକୁ ଆଣି ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଧଳା ପେଚା ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ମା ଲକ୍ଷ୍ମୀଙ୍କ ମନ୍ଦିରରୁ ଧଳା ପେଚା ଉଦ୍ଧାର ହୋଇଥିବାରୁ ଭକ୍ତଙ୍କ ଭକ୍ତି ଭାବନା ଦ୍ୱିଗୁଣିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.