Below header

ଆଜି କାଳିଆ ସାଆନ୍ତଙ୍କ ଘୋଷଯାତ୍ରା: ଶେଷ ହେଲା ପହଣ୍ଡି, ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ୟୁଜ୍) : ଆଜି କାଳିଆ ସାଆନ୍ତଙ୍କ ଘୋଷଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ଚାଲିଆସିଛନ୍ତି ବଡ ଦାଣ୍ଡକୁ । ତିନି ଠାକୁର ରଥାରୂଢ଼ ହୋଇଛନ୍ତି । ସମସ୍ତ ଅଲୌକିକତା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ଏଥିପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ବଡ଼ଦାଣ୍ଡ । ପବିତ୍ର ରଥଯାତ୍ରା ଅବସରରେ ରଥାରୂଢ଼ ତିନି ଠାକୁର ଭକ୍ତଙ୍କ ମେଳରେ ବଡ଼ଦାଣ୍ଡରେ ଯାତ୍ରା କରିବେ । ଅତ୍ୟନ୍ତ ମନରୋମ ପରିବେଶରେ ତିନି ଠାକୁରଙ୍କ ପହଣ୍ଡି ଶେଷ ହୋଇଛି । ଦେବଦଳନ ରଥରେ ରଥାରୂଢ଼ ହୋଇସାରିଛନ୍ତି ଚକ୍ରରାଜ ସୁଦର୍ଶନ ଓ ଦେବୀ ସୁଭଦ୍ରା । ତା’ପରେ ତାଳଧ୍ୱଜ ରଥରେ ରଥାରୂଢ଼ ହେଲେ ବଡ଼ଡାକୁର ଶ୍ରୀବଳଭଦ୍ର । ଶେଷରେ ନନ୍ଦୀଘୋଷ ରଥରେ ଜଗତର ନାଥ ଜଗନ୍ନାଥ ରଥାରୂଢ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.