Below header

କମ୍ପାନୀର ଗୋଟିଏ ଭୁଲ୍ ପାଇଁ ପୂରା ବିଶ୍ବରେ ୯ ଘଂଟା ପର୍ଯ୍ୟନ୍ତ ଠପ୍ ହୋଇଗଲା Facebook, Instagram ଏବଂ WhatsApp

ଗତକାଲି ସଂଧ୍ୟାରେ ହଠାତ୍ ଠପ୍ ହୋଇଗଲା ଫେସବୁକ୍, ହ୍ବାଟ୍ସଅପ୍ ଏବଂ ଇନଷ୍ଟାଗ୍ରାମ୍ । ପ୍ରାୟ ୯ ଘଂଟା ନାହିଁ ନଥିବା ହଇରାଣ ହୋଇଥିଲେ ୟୁଜର । କୌଣସି ଫଟୋ କିମ୍ବା ପୋଷ୍ଟ ସେୟାର ହୋଇ ପାରୁନଥିଲା । କିଛି ସ୍ଥାନରେ ୟୁଜର୍ସ ଫେସବୁକ ଲଗ୍ ଇନ୍ କରି ପାରୁନଥିବା ବେଳେ କିଛି ଲୋକ ଫେସବୁକରେ କୌଣସି ପୋଷ୍ଟ ଦେଖି ପାରୁନାହାନ୍ତି । ଏପରିକି ହ୍ୱାଟସଆପରେ ମଧ୍ୟ ଫଟୋ ଡାଉନଲୋଡ ହୋଇପାରୁନଥିବା ବେଳେ ମେସେଜ ମଧ୍ୟ ପଠାଇ ହେଉନାହିଁ । ତେବେ ପ୍ରଶ୍ନ ଉଠୁଛି କାହିଁକି ହଠାତ୍ ତିନିଟି ଯାକ ପ୍ଲାଟଫର୍ମ ଏକାସାଥିରେ ହୋଇଗଲା ଠପ୍ ? ଆସନ୍ତୁ ଜାଣିବା ଏହାର କାରଣ ।

ଏହି ସମସ୍ୟା ପରେ ନିଜର ବୟାନରେ କମ୍ପାନୀ କହିଛି ଏହି ସମସ୍ୟା ରୁଟିନ୍ ମେଣ୍ଟେନାନ୍ସ ଅପରେସନ୍ ସମୟରେ ଗୋଟିଲ ଭୁଲ୍ ପାଇଁ ହୋଇଥିଲା । କିନ୍ତୁ ଏନେଇ ବିସ୍ତାର ଭାବରେ କିଛି କହିନି ଫେସବୁକ୍ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ଠପ୍ ହୋଇଯାଇଥିଲା । ସେତେବେଳେ କୁହାଯାଇଥିଲା ଯେ ସାଇବର୍ ଆଟାକ୍ ପାଇଁ ଏପରି ହେଉଛି । କିନ୍ତୁ ଏହାକୁ ଖଣ୍ଡନ କରିଥିଲା ଫେସବୁକ୍ । ପ୍ରାୟ ୨୪ ଘଂଟା ପରେ ଏହି ସମସ୍ୟା ସମାଧାନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.