Below header

ଧରା ପକାଇଦେଲା ଜିପିଏସ୍‌: ମଧ୍ୟପ୍ରଦେଶରୁ ଲୁଟ୍‌ ୧୨ଲକ୍ଷ ଟଙ୍କାର ଲଙ୍କା! ବନମାଳିପୁରରେ ଠାବ

ମଧ୍ୟପ୍ରଦେଶରୁ ବାର ଲକ୍ଷ ଟଙ୍କାର ଲଙ୍କା ଲୁଟ୍‌ ହୋଇଛି । ଆଉ ଏବେ ବାଲିପାଟଣା ଥାନା ବନମାଳିପୁରରେ ଏହା ଠାବ ହୋଇଛି । ଲଙ୍କା ବେପାରୀ ଏବଂ ମଧ୍ୟ ପ୍ରଦେଶ ପୋଲିସ୍‌ ବନମାଳିପୁରରେ ପହଁଞ୍ଚି ଚୋରି ହୋଇଥିବା ଲଙ୍କା ବସ୍ତାକୁ ଠାବ କରିଛନ୍ତି ।

ପିପିଲି(କେନ୍ୟୁଜ୍): ସବୁଆଡେ ମାତିଛନ୍ତି ଲୁଟେରା । ଘର ଝରକା ତାଡି ଲୁଟୁଛନ୍ତି ତ ବେକରେ ଛୁରୀ ଲଗାଇ ଲୁଟୁଛନ୍ତି । କେତେବେଳେ ମନ୍ଦିରରୁ ଲୁଟୁଛନ୍ତି ତ କେତେବେଳେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟୁଛନ୍ତି। ପୋଲିସ୍ ଯେତେ କଡା ପଦକ୍ଷପ ଗ୍ରହଣ କଲେ ବି ଲୁଟେରା ଥମିବାର ନା ଧରୁନାହାନ୍ତି। ଏବେ ପୁଣି ଲୁଟ୍ ର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏଠି ସୁନା ଳ ରୂପା ଳଟଙ୍କା ଲୁଟ୍ ହୋଇନି ଏଠି ଲୁଟ୍ ହୋଇଛି ଲଙ୍କା । ହଁ ଲଙ୍କା । ଲଙ୍କା ଚୋରିର ଘଟଣା ସିଧା ମଧ୍ୟପ୍ରଦେଶରୁ ଆସି ଓଡିଶାରେ ପହଁଚିଛି ।

ମଧ୍ୟପ୍ରଦେଶରୁ ବାର ଲକ୍ଷ ଟଙ୍କାର ଲଙ୍କା ଲୁଟ୍‌ ହୋଇଛି । ଆଉ ଏବେ ବାଲିପାଟଣା ଥାନା ବନମାଳିପୁରରେ ଏହା ଠାବ ହୋଇଛି । ଲଙ୍କା ବେପାରୀ ଏବଂ ମଧ୍ୟ ପ୍ରଦେଶ ପୋଲିସ୍‌ ବନମାଳିପୁରରେ ପହଁଞ୍ଚି ଚୋରି ହୋଇଥିବା ଲଙ୍କା ବସ୍ତାକୁ ଠାବ କରିଛନ୍ତି । ଘଟଣାରେ ସଂପୃକ୍ତ ଟ୍ରକ୍‌ ଡ୍ରାଇଭର ଏବଂ ଲଙ୍କା କିଣିଥିବା ବ୍ୟକ୍ତି ଙ୍କର ଏଯାଏ ପତ୍ତା ମିଳିପାରିନାହଁ । ତେବେ ମଧ୍ୟପ୍ରଦେଶ ରାଜ୍ଯର ବିଡିଆନ୍‌ ଅଂଚଳର ଜଣେ ଲଙ୍କା ବ୍ଯବସାୟୀ ଉତ୍ତରପ୍ରଦେଶର ଜଣେ ବ୍ୟବସାୟୀଙ୍କ ନିକଟକୁ ଏକ ଲଙ୍କା ଟ୍ରକ୍‌ ପଠାଇଥିଲେ। । ମାତ୍ର ଉକ୍ତ ଲଙ୍କା ଟ୍ରକ୍‌ ଟି ନିର୍ଦ୍ଧାରିତ ସ୍ଥାନରେ ନିର୍ଦ୍ଧାରିତ ସମୟରେ ପହଁଞ୍ଚି ପାରିନଥିଲା । ଯାହା ଫଳରେ ବ୍ୟବସାୟୀ ଜଣଙ୍କ କଣ କରିବେ କିଛି ଭାବିପାରିନଥିଲେ ।

 

 

ତେବେ ଶେଷରେ ଟ୍ରକ୍‌ ରେ ଲଗା ଯାଇଥିବା ଜିପିଏସ୍‌ ଦ୍ବାରା ଜଣାପଡିଥିଲା କି, ଲଙ୍କା ଟ୍ରକ୍‌ ଟି ବାଲିପାଟଣା ଥାନା ବନମାଳିପୁର ବଜାରରେ ପହଁଞ୍ଚିସାରିଛି । ଏହାସହ ଡ୍ରାଇଭରର କଲ ରେକର୍ଡ଼ ରୁ ଡ୍ରାଇଭର ବନମାଳିପୁରର ଦିୱାନ ପାଟଣାଗ୍ରାମର ପ୍ରଶାନ୍ତ ସାହୁ ସହ ବାରମ୍ବାର ଯୋଗାଯୋଗରେ ଥିବା କଥା ସାମ୍ନାକୁ ଆସିଥିଲା । ତେବେ ଗତକାଲି ସଂଧ୍ୟାରେ ପ୍ରଶାନ୍ତ ଗୋଦାମ ନିକଟରେ ଲଙ୍କା ବ୍ୟବସାୟୀ ଏବଂ ମଧ୍ୟପ୍ରଦେଶ ପୋଲିସ୍‌ ପହଁଞ୍ଚିବା ପରେ ସମସ୍ତ ଲୁଟ୍‌ ଲଙ୍କା ପ୍ରଶାନ୍ତ ଗୋଦାମରେ ରହିଥିବା ଜାଣିବାକୁ ପାଇଥିଲେ । ଏ ନେଇ ସଂପୃକ୍ତ ଲଙ୍କା ବେପାରୀ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ତେବେ ପ୍ରଶାନ୍ତ ଜଣେ ପେଷାଦାର ଠକ ବୋଲି ଅଭିଯୋଗ ଆସିଛି । ତା ନାମରେ ପୂର୍ବରୁ ଅନେକ ମାମଲା ମଧ୍ୟ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.