Below header

ଶବ ଖୋଜିବା ସମ୍ଭବ ହୋଇ ପାରିଲାନାହିଁ, ହେଲେ ଟାଟୁ ଦେଖି ଭାଇର ଶବ ଚିହ୍ନି ପାରିଲା ଭାଇ

ବାପା ମାଆଙ୍କର ତିନି ପୁଅ ଭିତରୁ ଏହି ସୋନୁ ଥିଲେ ରୋଜଗାରିଆ। ବାଙ୍ଗାଲୋର ଯାଇଥିଲେ କାମ କରି ରୋଜଗାର କରି ଘର ପରିବାର ଚଳାଇବାକୁ । ହେଲେ ଏହି କରମଣ୍ଡଳ ନେଇଗଲା ଜୀବନ। ଏପଟେ ଶବ ଖୋଜିବାପାଇଁ ଲାଗିଲା ଅନେକ ସମୟ ।

ଭୁବନେଶ୍ୱର (କେନ୍ୟୁଜ୍): ଭାଇ ତୁ ଯେତେବେଳେ ଆସିବୁ ବାଙ୍ଗାଲୋର ରୁ ମୋ ପାଇଁ ନୂଆଁ ପ୍ୟାଣ୍ଟ ସାର୍ଟ ଆଣିବୁ । କୁନି ଭଉଣୀ ଟା ପାଇଁ ଚପଲ ଆଣିବୁ । ତା ଚପଲ ଛିଣ୍ଡି ଯାଇଛି । ଏତିକି କଥା ସରିଛି ଭାଇ ସହିତ । ରାତିକୁ ଯେତେବେଳେ ପୁଣି ଖାଇବା ପରେ ଫୋନ ଲଗାନ୍ତି ତ ଆଉ ଲାଗିନଥିଲା ଭାଇ ସୋନୁର ଫୋନ୍ । କାହିଁକି କଣ ପାଇଁ ଫୋନ୍ ଲାଗୁନି ଭାବୁ ଭାବୁ ସେତେବେଳକୁ ଖବର ପ୍ରଚାର ହୋଇସାରିଥିଲା ବାହାନଗାର ସେହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ । ଏଭଳି ଏକ ହୃଦୟ ଫାଟିବା ଭଳି ଯନ୍ତ୍ରଣା ଦେଇଯାଇଛି କରମଣ୍ଡଳ ।

ବାହାନଗା ଆଜି ବାହୁନି ବାହୁନି କାନ୍ଦୁଛି । କାନ୍ଦୁଛି ଆଜି ଶହ ଶହ ପରିବାର । ଉଜୁଡି ଯାଇଛି ଅନେକ ସୁନା ସଂସାର । ଲିଭି ଯାଇଛି ଅନେକଙ୍କ ମଥାର ସିନ୍ଦୁର । ଅନେକ ଶିଶୁ ପିତୃ ମାତୃ ହରା, ଭାଇ ହରାଇଛି ଭାଇକୁ। ଚାରି ଆଡେ ହାହାକାର । ଏମିତି ବିଭୀଷିକା ଯେ ଦିନେ ଦେଖିବାକୁ ମିଳିବ ଏକଥା କେହି ସ୍ଵପ୍ନରେ ମଧ୍ୟ ଭାବି ନଥିଲେ । କାହା ଆଖି ରେ ଲୁହ କାହା ଅନ୍ତର ତଳେ କୋହ । ଭାଇଟିଏ ଆଜି ଦୌଡ଼ି ଆସିଥିଲା ଭୁବନେଶ୍ୱର । ଏ ମେଡିକାଲ ରୁ ସେ ମେଡିକାଲ ବୁଲି ଶେଷରେ ଏମ୍ସ କୁ ଆସିଥିଲେ ଭାଇର ଶବ ନେଇ ଘରକୁ ଯିବାପାଇଁ ।

ଏମାନଙ୍କ ଘର ଝାଡ଼ଖଣ୍ଡରେ । ଭାଇ ଯାଇଥିଲା ଦାଦନ ଖଟିବା ପାଇଁ ବାଙ୍ଗାଲୋର । ଯଶୋବନ୍ତପୁର ରୁ ହାୱାଡା ଯେଉଁ ଟ୍ରେନ ଆସୁଥିଲା ସେଇଥିରେ ଭାଇ ଫେରୁଥିଲା ଘରକୁ । ହାୱାଡା ଠାରୁ ଝାଡ଼ଖଣ୍ଡ ଅର୍ଥାତ ନିଜ ଘରକୁ ଯିବାପାଇଁ ଯେଉଁ ଟ୍ରେନରେ ବସିଥିଲେ ସେହି ଟ୍ରେନ ଦୁର୍ଘଟଣା ହୋଇଥିଲା ବାଲେଶ୍ୱର ବାହାନଗା ନିକଟରେ । ମୃତ୍ୟୁ ବରଣ କରିଥିବା ଯୁବକ ହେଉଛନ୍ତି ସୋନୁ କୁମାର ମାଥୁର । ବାପା ମାଆଙ୍କର ତିନି ପୁଅ ଭିତରୁ ଏହି ସୋନୁ ଥିଲେ ରୋଜଗାରିଆ। ବାଙ୍ଗାଲୋର ଯାଇଥିଲେ କାମ କରି ରୋଜଗାର କରି ଘର ପରିବାର ଚଳାଇବାକୁ । ହେଲେ ଏହି କରମଣ୍ଡଳ ନେଇଗଲା ଭାଇର ଜୀବନ।

LAKH

ଏପଟେ ଶବ ଖୋଜିବାପାଇଁ ଲାଗିଲା ଅନେକ ସମୟ । ଆଉ ଶବ ଖୋଜିବା ସମ୍ଭବ ହୋଇ ପାରିଲାନାହିଁ । ହେଲେ ଭାଇ ସୋନୁ ହାତରେ ଥିବା ଶିବ ଶଙ୍କରଙ୍କ ଟାଟୁ ଆଉ ଗୋଡ଼ର କଟା ଦାଗରୁ କିନ୍ତୁ ଭାଇ ଚିହ୍ନି ପାରିଲା ଭାଇକୁ । ଓଡିଶା ଭୁବନେଶ୍ୱରର ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଭାଇ ଶବ ନେଇ ଫେରିଲେ ଦୁଇ ଭାଇ । ଆଖି କହୁଥିଲା ଭାଇ ପ୍ରତି ଭାଇ ଭଲ ପାଇବା । ଭାଇ ଆଉ ନୂଆଁ ପ୍ୟାଣ୍ଟ କି ଭଉଣୀ ପାଇଁ ଜୋତା ଆଣିନଥିଲା। ଶବ ହୋଇ ପଲିଥିନିରେ ପ୍ୟାକ୍ ହୋଇ ନିଜେ ଯାଉଥିଲା ଭାଇ ମାନଙ୍କ ସାଙ୍ଗରେ ଘରକୁ । ଏପଟେ ମୃତ୍ୟୁ ପରେ ପରିବାରକୁ ସରକାରଙ୍କ ପକ୍ଷରୁ ମିଳିଛି ଦଶ ଲକ୍ଷ ଟଙ୍କାର ଚେକ୍ । ପରିବାରକୁ ଆର୍ଥିକ ସହାୟତା ସିନା ମିଳିଗଲା ହେଲେ ଭାଇ କଣ ତା ହରାଇଥିବା ଭାଇକୁ ଆଉ ଜୀବନ୍ତ ପାଇପାରିବ ନା ଭଉଣୀ ଆଉ କେବେ ତା ଭାଇ ଆଗରେ ଅଳି କରିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.