ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, ଖୁଣ୍ଟରେ ପିଟିହୋଇ ଚାଲିଗଲା ଯୁବକଙ୍କ ଜୀବନ : ଭିଡିଓ ଭାଇରଲ

ସୋସିଆଲ ମିଡିଆରେ ଭାଇରଲ ହେବା ପାଇଁ କରୁଥିବା ଭିଡିଓ ଯୁବକଙ୍କ ଜୀବନ ନେଇଯାଇଛି । ଯାହାର ଭିଡିଓ ଦେଖିବାକୁ ମିଳିଛି ।  1000 WAYS TO DIE ନାମକ ଏକ ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି ।

ଜୀବନ କେତେ ମୂଲ୍ୟବାନ, ତାହା କିଛି ଲୋକ ମୃତ୍ୟୁମୁଖରେ ପଡିବା ପରେ ଜଣାପଡିଥାଏ । ଆଜିକାଲି ରିଲ୍ସ ଏବଂ ଭିଡିଓ କରିବା ପାଇଁ କିଭଳି ଯୁବପିଢି ନିଜ ଜୀବନକୁ ବାଜି ଲଗାଇବାକୁ ପଛାଉ ନାହାନ୍ତି । ଏମିତି ଏକ ଭିଡିଓ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ ।

ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରେନ ଦୁଆର ମୁହଁରେ ଜଣେ ବ୍ୟକ୍ତି ଓହଳି ଯାଉଛନ୍ତି । ଆଉ ପଛରୁ ଜଣେ ବ୍ୟକ୍ତି ଏହାର ଭିଡିଓ ସୁଟ୍‌ କରୁଛନ୍ତି । ଦୁଆର ମୁହଁରେ ଓହଳି ଯାଉଥିବା ବେଳେ ଯୁବକ ଜଣକ ହେୟ ଜ୍ଞାନ କରି ଏପଟ ସେପଟ ହେଉଛନ୍ତି । ଫଳରେ ଆଗରେ ଥିବା ଏକ ଖୁଣ୍ଟରେ ବାଜି ଯୁବକ ଛିଟିକ୍‌ ପଡୁଛନ୍ତି । ଲୁହା ଖୁଣ୍ଟରେ ପିଟି ହୋଇ ଯୁବକଙ୍କ ପ୍ରାଣ ଚାଲିଯାଇଥିବା ଜଣାପଡୁଛି ।

ଭିଡିଓ ଦେଖିଲେ ଆପଣ ନିଶ୍ଚିତ ଭାବେ ଜାଣିପାରିବେ । ଯୁବକ ଜଣକ ମୃତ୍ୟୁକୁ ଡାକରା ଦେଇଛନ୍ତି । ଭିଡିଓ କରିବା ଚକ୍କରରେ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଟ୍ରେନ ଗେଟ୍‌ ପାଖରେ ଝୁଲି ଯିବା କେତେ ବିପଦଜ୍ଜନକ ତାହା ସମସ୍ତେ ଜାଣିଛନ୍ତି ।  1000 WAYS TO DIE ନାମକ ଏକ ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି ।

ଏହି ଭିଡିଓକୁ ଏପର୍ଯ୍ୟନ୍ତ ୭ ଲକ୍ଷ ଲୋକ ଦେଖିସାରିଲେଣି । ୬ ହଜାରରୁ ଅଧିକ ଲାଇକ ମିଳିସାରିଲାଣି । ଭିଡିଓ ଦେଖି ୟୁଜର୍ସ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.