ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ୍ ମଧ୍ୟରୁ ଜମି ଅଧିଗ୍ରହଣ, ୫ଟି ପରିବାର ଜମି ଦେଇ କ୍ଷତିପୂରଣ ରାଶି ଓ ବିସ୍ଥାପିତଙ୍କ ପାଇଁ ଘୋଷିତ ପ୍ୟାକେଜ୍ ଗ୍ରହଣ କରିଛନ୍ତି

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ୍ ମଧ୍ୟରୁ ଜମି ଅଧିଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ୫ଟି ପରିବାର ଜମି ଦେଇ କ୍ଷତିପୂରଣ ରାଶି ଓ ବିସ୍ଥାପିତଙ୍କ ପାଇଁ ଘୋଷିତ ପ୍ୟାକେଜ୍ ଗ୍ରହଣ କରିଛନ୍ତି। ଏହି ୫ଟି ପରିବାରକୁ ୮କୋଟି ୪୪ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ହିସାବରେ ପ୍ରଦାନ କରାଯାଇଛି। ଏପରିକି ସାମାଜିକ ପ୍ରଭାବ ନିର୍ଦ୍ଧାରଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏକ ମାସ ମଧ୍ୟରେ ଜମି ପ୍ରଦାନ କରିଥିବାରୁ ସେମାନଙ୍କୁ ୧୦ପ୍ରତିଶତ ଅଧିକ କ୍ଷତିପୂରଣ ରାଶି ଦିଆଯାଇଛି। ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏହି ଜମି କିଣାବିକା କରାଯାଇଛି। ଏବେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ପରିବାର ଜମି ବିକିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।