ସାପକୁ ନେଇ ଜାଣନ୍ତୁ କିଛି ରୋଚକ ତଥ୍ୟ, ଯାହା ବାସ୍ତବରେ ହୋଇନଥାଏ ସତ୍ୟ

ପୃଥିବୀ ପୃଷ୍ଠରେ ସାପ ଏପରି ଏକ ପ୍ରାଣୀ, ଯାହାର ଉଲ୍ଲେଖ ଅନେକ ସଭ୍ୟତାରେ କରାଯାଇଛି। ଭାରତରେ ସାପର ଧାର୍ମିକ ମହତ୍ୱ ରହିଛି। ଭଗବାନ ଶିବ ଗଳାରେ ସାପକୁ ହାର ଭଳି ଧାରଣ କରିଥାନ୍ତି। ସେହିଭଳି ସାପଙ୍କୁ ଦେବତା ରୂପେ ମଧ୍ୟ ପୂଜା କରାଯାଇଥାଏ। ନାଗ ପଞ୍ଚମୀ ଦିନ ସାପଙ୍କୁ ଦର୍ଶନ କରିବାର ବିଧାନ ରହିଛି। କଣ ଆପଣମାନେ ଜାଣିଛନ୍ତି କି ସାପଙ୍କ ଜଡିତ ଅନେକ ରହସ୍ୟ ବିଷୟରେ। ଯଦି ନା ଆଜି ଆମେ ଆପଣମାନଙ୍କୁ ଜଣାଇବୁ ସାପ ସହ ଜଡିତ ଥିବା ଅନେକ ରହସ୍ୟ ସମ୍ପର୍କରେ। ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ଜୀବକୁ ଗୋଟିଏ ହିଁ ଆତ୍ମାର ଅଂଶ ବୋଲି କୁହାଯାଇଥାଏ ଏବଂ କୌଣସି ଜୀବକୁ ମାରିବା ପାପ ମଧ୍ୟ କୁହାଯାଇଥାଏ। ଅନେକ ଧର୍ମଶାସ୍ତ୍ରରେ ମଧ୍ୟ ସାପର ଉଲ୍ଲେଖ କରାଯାଇଛି। କିନ୍ତୁ ସମୟର ପରିବର୍ତ୍ତନରେ ସାପ ବିଷୟରେ ଅନେକ ଅନ୍ଧବିଶ୍ୱାସ ଏବଂ ଭ୍ରାନ୍ତ ବ୍ୟାଖା କରାଯାଉଛି। ତେବେ ଜାଣନ୍ତୁ ସାପ ସହ ଜଡିତ କିଛି ବାସ୍ତବ ସତ୍ୟ ତଥ୍ୟ।

snake2ସାପ ସହ ଜଡିତ ସବୁଠାରୁ ବଡ ଭ୍ରାନ୍ତ ଧାରଣା ହେଉଛି, ସାପ ଉପରେ ଆଧାରିତ ଅନେକ ଫିଲ୍ମ, ଯାହା ଖୁବ୍ ଲୋକପ୍ରିୟ ହୋଇପାରିଛି ଏହି ସବୁ ଘଟଣା ବିଲକୁଲ୍ ସତ୍ୟ ନୁହେଁ। ବାସ୍ତବିକ୍ ସାପର ଆଖିରେ ନା କୌଣସି ଚିତ୍ର ଦେଖାଯାଇଥାଏ ଏବଂ ନାହିଁ ପରିବର୍ତ୍ତନ ହେବାର ଭାବନା ରହିଥାଏ। ନିଜ ଶତ୍ରୁର ପିଛା କରି ସମୁଦ୍ର ପାର କରି ଚାଲିଯିବା ଭଳି ଘଟଣା ଏହା କାଳ୍ପନିକ। ଏହାବ୍ୟତୀତ ସାପକୁ ଯେତେବେଳେ ବିପଦ ଅନୁଭବ ହୋଇଥାଏ ସେହି ସମୟରେ ସେ ପ୍ରତିକ୍ରିୟା ବ୍ୟକ୍ତ କରିପାରିଥାଏ। କିନ୍ତୁ ପ୍ରତିଶୋଧ ନେବା ଭଳି ଘଟଣା ସତ୍ୟ ନୁହେଁ।
ବିଜ୍ଞାନ ଅନୁଯାୟୀ ପ୍ରତ୍ୟେକ ଜୀବ ନିଜର ପ୍ରକୃତି ଅନୁଯାୟୀ ଭୋଜନ ଗ୍ରହଣ କରିଥାନ୍ତି। ସେହିଭଳି ସାପକୁ କ୍ଷୀର ପିଆଇବା ଭଳି କଥା ସତ୍ୟତା ସହ କୌଣସି ସମ୍ବନ୍ଧ ନାହିଁ। ସାପ ମାଂସାହାରୀ ଜୀବ। ସାପ ମୂଷା, କିଟ, ବେଙ୍ଗ ଆଦି ଖାଇଥାଏ। କିନ୍ତୁ କ୍ଷୀର ପିଇବା ଏହାର ପ୍ରକୃତି ସହ ଜଡିତ ନାହିଁ। ସାପ ଭୋକିଲା ଥିବା ସମୟରେ ତା ପାଖରେ କ୍ଷୀର ରଖିଲେ ସେ ପିଇଥାଏ। କିନ୍ତୁ ଏହା ତାଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ।

snakeକୁହାଯାଇଥାଏ ସାପ ବିନ୍ ର ଧ୍ୱନି ଶୁଣିବା ମାତ୍ରେ ହିଁ ମୁଗ୍ଧ ହୋଇଯାଇଥାଏ, କିନ୍ତୁ ଏହା ବାସ୍ତବତା ଠାରୁ ଖୁବ୍ ଭିନ୍ନ। ସାପ ବିନ୍ ର ଧ୍ୱନି ଶୁଣି ନାଚି ନଥାଏ। କାରଣ ସାପର କାନ ନଥିବାରୁ ସେ ଏହି ଧ୍ୱନି ଶୁଣି ପାରିନଥାଏ। ସାପ ସ୍ଥିର ଭାବେ ବୃଦ୍ଧି ପାଉଥିବା ଜୀବ ଏବଂ ସେ ଧରିତ୍ରୀରୁ ବାହାରୁଥିବା କମ୍ପନକୁ ଗ୍ରହଣ କରିଥାଏ। ଏହି କାରଣରୁ ସାପ ବିନ୍ ର ଧ୍ୱନି ଶୁଣି ନୁହେଁ ବରଂ ତାର କମ୍ପନରେ ପ୍ରଭାବିତ ହୋଇଥାଏ।
ଅନେକ ଲୋକମାନେ ଏହା ମଧ୍ୟ କହିଥାନ୍ତି ଜୀବିତର ଶେଷ ଅବସ୍ଥାରେ ସାପର ଉଡିବାର ଶକ୍ତି ମଧ୍ୟ ଆସିଥାଏ ଏବଂ ସେ ଜଙ୍ଗଲ କୁ ଚାଲିଯାଇଥାଏ। କିନ୍ତୁ ଏପରି କିଛି ସାପ ଅଛନ୍ତି ଯେଉଁମାନେ ଜଙ୍ଗଲରେ ଗୋଟିଏ ଗଛରୁ ଡେଇଁ ଅନ୍ୟ ଗୋଟିଏ ଗଛକୁ ଚାଲିଯାଇଥାନ୍ତି। ସାପ ଉଡିବା କଥା ସମ୍ପୂର୍ଣ୍ଣ ରୂପେ କାଳ୍ପନିକ। କିଛି ଲୋକମାନଙ୍କ କହିବା ଅନୁଯାୟୀ ସାପ ଇଛାଧାରୀ ହୋଇଥାଏ। ଏହି ବିଷୟରେ ମଧ୍ୟ ଅନେକ କାହାଣୀ ରଚନା କରାଯାଇଛି। ଏହି କାରଣରୁ ମନର ଧାରଣା ମଜବୁତ୍ ହୋଇଥାଏ କି ସାପ ଇଛାଧାରୀ ଏବଂ ସେ କୌଣସି ରୂପରେ ଆସି ପ୍ରତିଶୋଧ ନେଇଥାଏ। ବାସ୍ତବରେ ଏହା କଳ୍ପନା। କାରଣ ସାପ ରୂପ ବଦଳାଇ ପାରେ ନାହିଁ କି ପ୍ରତିଶୋଧ ମଧ୍ୟ ନେଇ ନଥାଏ।

snake

ଏହାସହ ପଢନ୍ତୁ: ଦୁନିଆ ଶେଷ ହୋଇଯିବ ବୋଲି ଭାବି ନଅ ବର୍ଷ ହେବ ଭଣ୍ଡାର ଘରେ ଲୁଚି ରହିଥିଲା ଏହି ପରିବାର, ଏପରି ଜଣାପଡିଲା ସତ

ସେହିଭଳି ସାପକୁ ନେଇ ଆଉ ଏକ ଅନ୍ଧବିଶ୍ୱାସ ପ୍ରଚଳିତ। କୁହାଯାଇଥାଏ ସାପ ପାଖରେ ମଣି ରହିଥାଏ ଏବଂ ଯେଉଁ ବ୍ୟକ୍ତିଙ୍କୁ ଏହି ମଣି ମିଳି ଯାଇଥାଏ, ସେହି ବ୍ୟକ୍ତିଙ୍କର ସମସ୍ତ ସଙ୍କଟ ଦୂର ହୋଇଯାଇଥାଏ। ବାସ୍ତବିକ୍ କୌଣସି ସାପ ପାଖରେ କିଛି ମଣି ରହିନଥାଏ। ସାପର ଅନେକ ପ୍ରଜାତିକୁ ନେଇ ଅଧ୍ୟୟନ କରାଯିବା ପରେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ମିଳିଛି। ଯଦି ଏପରି ହୋଇଥାନ୍ତା ତେବେ କେଳାମାନେ ସବୁଠାରୁ ଅଧିକ ଧନବାନ ହୋଇଥାନ୍ତେ। ଏହିସବୁ କାରଣରୁ ଏହି ସମସ୍ତ କଥା ସମ୍ପୂର୍ଣ୍ଣ କାଳ୍ପନିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.