Below header

ଥମୁନାହିଁ ଅନ୍ଧ ବିଶ୍ୱାସ, ବଜ୍ରାଘାତର ମୃତ ହୋଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଗୋବର ଗାଡ଼ିଆରେ ବୁଡାଇ ରଖିଲେ ସମ୍ପର୍କୀୟ

ଗଞ୍ଜାମ(କେନ୍ୟୁଜ): ଆଧୁନିକତାର ଦୁନିଆରେ ମଣିଷ ପାଦ ଥାପିଥିଲେ ମଧ୍ୟ ଏଯାବତ ମନରୁ ଅନ୍ଧବିଶ୍ୱାସ ହଟି ନାହିଁ କିଛି ବ୍ୟକ୍ତିଙ୍କର । ଯାହା ଏହି ଘଟଣାରୁ ସ୍ପଷ୍ଟ ବାରି ହୋଇପଡୁଛି। ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ତୋଲଡି ଗାଁରେ ଲକ୍ଷ୍ମଣ ବେହେରା ନାମ ଜଣେ ବ୍ୟକ୍ତି ଗତକଲି ନିଜ ଗାଇଙ୍କୁ ଗୋଚର ଭୂମିକୁ ଚରାଇବାକୁ ନେଇ ଯାଇଥିଲେ। ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାରୁ ସେ ତାଙ୍କ ଗାଈଗୋଠ ଏକ ଗଛ ତଳେ ଆଶ୍ରୟ ନେଇଥିଲେ, ହଠାତ ସେହି ଗଛ ଉପରକୁ ବଜ୍ରପାତ ହେବାରୁ ଲକ୍ଷ୍ମଣ ସେଠାରୁ ଟଳି ପଡିଥିଲେ । ତାଙ୍କ ସହିତ ଦୁଇଟି ଗାଈ ମଧ୍ୟ ବଜ୍ରାଘାତରେ ସେହିଠାରେ ହିଁ ମୃତ୍ୟୁବରଣ କରିଥିଲେ ।

supers

କିଛି ସମୟ ପରେ ଗ୍ରାମବାସୀ ଓ କିଛି ସମ୍ପର୍କୀୟ ଲକ୍ଷ୍ମଣଙ୍କୁ ଉଦ୍ଧାର କରି ଗାଁକୁ ଆଣିଥିଲେ । କିନ୍ତୁ ସେତେବେଳକୁ ଲକ୍ଷ୍ମଣଙ୍କର ପ୍ରାଣବାୟୁ ଉଡିଯାଇଥିଲା । କିନ୍ତୁ ପରିବାର ଲୋକେ ମୃତ ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ ଏକ ଗୋବର ଗାଡ଼ିଆରେ ବେକ ଯାଏଁ ବୁଡାଇ ରଖିଥିଲେ, ଏହି ଖବର ପାଇ ତାରାସିଂ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମରଶରୀରକୁ ଡାକ୍ତରଖାନା ନେଇଥିଲେ। ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହି ଘଟଣାକୁ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.