ଜଙ୍ଗଲ ସୁରକ୍ଷା ପାଇଁ ସବୁବେଳେ ତତ୍ପର ଏହି ଗାଁର ଗ୍ରାମବାସୀ, ନୂତନ ଜଙ୍ଗଲ ସୃଷ୍ଟି କରିବାର ଆଶା

ବିଶୋଇ : ଶିମିଳିପାଳ ପାଦ ଦେଶରେ ୭୩ଟି ପରିବାରକୁ ନେଇ ଗଠନ ହୋଇଛି ରାଇକଡ଼କଚା ଗ୍ରାମ। ୩୧୯ ଲୋକସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଆଦିବାସୀ ପରିବାର ଏକତାର ସୂତ୍ରରେ ବାନ୍ଧି ହୋଇ ରହିଛନ୍ତି। ଜଙ୍ଗଲର ସୁରକ୍ଷା କ୍ଷେତ୍ରରେ ଅନ୍ୟ ଗାଁ ତୁଳନାରେ ଅନେକ ପାଦ ଆଗରେ ଅଛନ୍ତି ଏହି ଗାଁର ଲୋକେ। ଏମାନେ ଅତି ନିଷ୍ଠାର ସହ ଏମାନେ ଜଙ୍ଗଲ ଏବଂ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଜଙ୍ଗଲର ସୁରକ୍ଷା ପାଇଁ ଏମାନେ ସବୁବେଳେ ତତ୍ପର।

forest1ଫେବ୍ରୁଆରୀ ଠାରୁ ଜୁନ ମାସ ପର୍ଯ୍ୟନ୍ତ ନିଆଁଲିଭା କାର୍ଯ୍ୟରେ ଏମାନେ ସାହାଯ୍ୟ କରନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଶିମିଳିପାଳର ଅଗ୍ନିଶିଖକୁ ନୀତିଦିନ ଏହି ଗ୍ରାମର ଲୋକ କରାୟତ କରିବାକୁ ସଫଳ ହୋଇଥିଲେ। ଏହି ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଅଛନ୍ତି ଶ୍ରୀ ମକର ନାୟକ, ଶ୍ରୀ ରମେଶ ଚନ୍ଦ୍ର ଟୁଡୁ, ଶ୍ରୀ ଦୁଃଖୀରାମ ମୁର୍ମୁ, ଶ୍ରୀ ସୁକଦେବ ସାମାଡ, ଶ୍ରୀ ସମରା ମାଝୀ, ଶ୍ରୀ ସିଧେଶ୍ୱର ସାମାଡ, ଶ୍ରୀମତୀ ମିନି ନାୟକ, ଶ୍ରୀମତୀ ଅନିତା ବାରି ପ୍ରମୁଖ ମୁଖ୍ୟ ଭୂମିକା ନେଇଥାନ୍ତି।

forestଏମାନେ ଗ୍ରାମରେ ଚଳିତ ବର୍ଷ ୩୫ ହେକ୍ଟର ଜାଗାରେ ବୃକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ମଧ୍ୟ ସ୍ଥିର କରିଛନ୍ତି। ଗ୍ରାମବାସୀଙ୍କର ଏପରି କାମକୁ ମଣଦା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ବନବିହାରି ସର୍ଦ୍ଦାର ଉଚ୍ଚ ପ୍ରଶଂସା କରିଛନ୍ତି। ଅନ୍ୟ ମାନଙ୍କ ପାଇଁ ଏହି ଗ୍ରାମଟି ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି କ୍ଷେତ୍ର ପରିଚାଳନା ସଂଯୋଜକ ଶ୍ରୀ ବିଜୟକେତନ ବିଶ୍ୱାଳ। ସେହିପରି ଗ୍ରାମବାସୀଙ୍କ ଏହିଭଳି କାର୍ଯ୍ୟକୁ ଖୁବ ପ୍ରସଂଶା କରିଛନ୍ତି ରାଇରଙ୍ଗପୁର ବନଖଣ୍ଡ ଅଧିକାରୀମାନେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.