Below header

‘ଭାଇ ମୋତେ ଏଠୁ ଉଦ୍ଧାର କର’, ଝିଅଟି ଭିଡିଓ କଲ୍‌ କରି କାହିଁକି କହିଲା ଏମିତି

ଟାଙ୍ଗୀ (କେ ନ୍ୟୁଜ୍‌) : ଗତ ଜାନୁଆରୀ ୨୯ ତାରିଖ ଦିନ ଟ୍ୟୁସନ୍‌ ଯାଇ ଆଉ ଫେରିଲା ନାହିଁ ଝିଅ । ପରିବାର ଲୋକେ ବହୁତ ଖୋଜାଖୋଜି କଲେ । ହେଲେ ନପାଇବାରୁ ଫେବ୍ରୁଆରି ୪ ତାରିଖ ଦିନ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲେ । ଆଉ ଏବେ ଆସିଛି ଝିଅର ଭିଡିଓ । ନିବେଦନ କରୁଛି ‘ଭାଇ ମୋତେ ଏଠାରୁ ନେଇଯା, ସେମାନେ ମାତେ ବହୁତ କଷ୍ଟ ଦେଉଛନ୍ତି’ । ଏହି ଭଡିଓକୁ ନେଇ ଏବେ ପୋଲିସ୍‌ ତତ୍ପରତା ଦେଖାଇଛି । ପରିବାର ଲୋକେ ତାକୁ ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି । ଏହାପରେ ପୋଲିସ୍‌ ତତ୍ପରତା ଦେଖାଇଛି । ପୂର୍ବରୁ ଏ ନେଇ ଅବହେଳା କରିଥିବା ଝିଅର ଘର ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ଯାହା ସୂଚନା ମିଳିଛି ଜଣେ ଯୁବକ ଚାକିରି ପ୍ରଲୋଭନ ଦେଖାଇ ଯୂବତୀଙ୍କୁ ଜଣେ ଯୁବକ ନେଇଯାଇଥିଲା । ଭିଡିଓରୁ ଏହା ବି ସନ୍ଦେହ କରାଯାଉଛି କି ଝିଅଟି ବିବାହ ମଧ୍ୟ କାରି ସାରିଛି । ତେଣୁ ଝିଅଟି କୌଣସି ଠକ ପ୍ରେମିକ ହାବୁଡ଼ରେ ପଡ଼ି ଫସି ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.