Below header

ସଂଗରୋଧ ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ସରକାର, ୨ଟି ଡୋଜ୍‌ ନେଇଥିବା ସ୍ୱାସ୍ଥ୍ୟକର୍ମୀ ସ୍ୱାଭାବିକ ଭାବେ ଚଳିପାରିବେ

ନୂଆଦିଲ୍ଳୀ :  ସମ୍ପୂର୍ଣ୍ଣ ୨ଟି ଡୋଜ୍‌ ନେଇଥିବା ସ୍ୱାସ୍ଥ୍ୟକର୍ମୀଆଉ ଏଣିକି ସଂଗରୋଧରେ ରହିବେ ନାହିଁ । କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ ଦିନ ସେବା ଯୋଗାଇ ଥିଲେ ମଧ୍ୟ ସେମାନଙ୍କୁ ଆଉ ସଂଗରୋଧ (କ୍ୱାରେଣ୍ଟାଇନ)ରେ ରହିବାକୁ ପଡ଼ିବନି । ଏପରି ନିୟମରେ ସଂଶୋଧନ କରିଛନ୍ତି ସରକାର ।

ତେବେ ସେବାରେ ନିୟୋଜିତ ଥିବାବେଳେ ଯଦି କୌଣସି ସ୍ବାସ୍ଥ୍ୟକର୍ମୀଙ୍କ ଠାରେ ଲକ୍ଷଣ ଦେଖାଦିଏ ତେବେ ତାଙ୍କୁ ତୁରନ୍ତ ଅଲଗା ରଖାଯିବା ସହ ପରୀକ୍ଷା କରାଯିବ । ଏଥିସହିତ ସଂକ୍ରମଣ ରୋକିବାକୁ ଅନ୍ୟ ନିୟମାବଳୀ ଅନୁସରଣ କରାଯିବ ।

କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଏସଓପି ଅନୁଯାୟୀ ସବୁ ପ୍ରକାରର ଗାଇଡଲାଇନ ପାଳନ କରାଯିବ । ପୁରୁଣା କ୍ବାରଣ୍ଟାଇନ ନୀତିର ଆଉ ଆବଶ୍ୟକତା ପଡ଼ିବନାହିଁ ବୋଲି ସରକାର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.