ଏହି ସ୍ଥାନରେ ଭଗବାନ ଶଙ୍କର କରିଥିଲେ ବିଷପାନ, ଜାଣନ୍ତୁ ଏହି ସ୍ଥାନର ମାହାତ୍ମ୍ୟ ସଂପର୍କରେ

ହିନ୍ଦୁୁଧର୍ମରେ ଭଗବାନ ଶଙ୍କରଙ୍କ ସ୍ଥାନ ରହିଛି ସ୍ୱତନ୍ତ୍ର। ସନାତନ ଧର୍ମାବଲମ୍ବୀ ଲୋକଙ୍କ ଇଷ୍ଟ ଦେବ ହେଉଛନ୍ତି ଭଗବାନ ଶଙ୍କର। ଯାହାଙ୍କୁ ସୃଷ୍ଟିର ସଂହାର କର୍ତ୍ତା କୁହାଯାଏ। ସହସ୍ର ନାମରେ ଭାରତ ବର୍ଷରେ ପୂଜା ପାଆନ୍ତି ସେ। ଭୋଳାନାଥ, ନୀଳକଣ୍ଠ , ଆଖଣ୍ଡଳମଣି ଆଦି ରୂପରେ ଭକ୍ତଙ୍କୁ ଦର୍ଶଦ ଦିଅନ୍ତି। ଭଗବାନ ଶିବ ସରଳ ଓ ଭୋଳାମନର ହୋଇଥିବାରୁ ତାଙ୍କୁ ଭୋଳାନାଥ କୁହାଯାଏ। ସଂହାର କର୍ତ୍ତା ହୋଇଥିବା ସତ୍ତ୍ୱେ ମଧ୍ୟ ସଂସାରର ରକ୍ଷା ପାଇଁ ସମୁଦ୍ର ମନ୍ଥନରେ ବାହାରିଥିବା ବିଷକୁ ପାନ କରିଥିଲେ। ତେଣୁ ସେ ନୀଳକଣ୍ଠ ରୂପେ ମଧ୍ୟ ପୂଜା ପାଆନ୍ତି।

 କିନ୍ତୁ ଆପଣ ଜାଣନ୍ତି କି ଭଗବାନ ଶିବ ଏହି ବିଷକୁ କେଉଁ ସ୍ଥାନରେ ପାନ କରିଥିଲେ। ଆମେ ଆଜି ଆପଣଙ୍କୁ ସେହି ସ୍ଥାନ ସଂପର୍କରେ କହିବୁ ଯେଉଁଠି ମାନ୍ୟତା ଅଛି ଯେ ଭଗବାନ ଶଙ୍କର ଏହି ସ୍ଥାନରେ ବିଷପାନ କରି ନୀଳକଣ୍ଠ ରୂପେ ପରିଚିତ ହେଲେ।ଏହି ସ୍ଥାନ ଦେବଭୂମି ଉତ୍ତରାଖଣ୍ଡରେ ଅବସ୍ଥିତ। ଦେବଭୂମି ଉତ୍ତରାଖଣ୍ଡର ଋଷିକେଶକୁ ହିମାଳୟର ପ୍ରବେଶ ଦ୍ୱାର ମଧ୍ୟ କୁହାଯାଏ। ଏଠାରେ ଅବସ୍ଥିତ ନୀଳକଣ୍ଠ ମହାଦେବ ମନ୍ଦିର ଉତ୍ତର ଭାରତର ପ୍ରମୁଖ ଶିବ ମନ୍ଦିର ମଧ୍ୟରୁ ଏକ। ଏହି ମନ୍ଦିରଟି ଋଷିକେଶ ପାଖରେ ଥିବା ମଣିକୂଟ ପର୍ବତରେ ଅବସ୍ଥିତ।

shiva00
pc: katha kids

ମାନତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷକୁ ଭଗବାନ ଶିବ ଏହି ସ୍ଥାନରେ ପାନ କରିଥିଲେ। ବିଷପାନ ପରେ ତାଙ୍କ ଗଳା ନୀଳ ପଡିଯାଇଥିଲା। ଏହାପରେ ସେ ନୀଳକଣ୍ଠ ନାମରେ ନାମିତ ହେଲେ। ଭଗବାନ ଶିବ ବିଷପାନ କରୁଥିବା ସମୟରେ ମାତା ପାର୍ବତୀ ତାଙ୍କ ଗଳାରେ ହାତ ରଖିଥିଲେ। ଯାହା ଫଳରେ ବିଷ ତାଙ୍କ ଶରୀର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। ଏହାପରେ ବିଷ କଣ୍ଠରେ ରହିଯିବା କାରଣରୁ ସେହି ସ୍ଥାନ ନୀଳ ପଡିଯାଇଥିଲା। ଏହି ମନ୍ଦିର ସମ୍ମୁଖରେ ଏକ ଝରଣା ରହିଛି। ଏଠାରେ ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବା ପୂର୍ବରୁ ସ୍ନାନ କରିଥାନ୍ତି। ତେବେ ଏହା ପୋଡ଼ୀ ଜିଲ୍ଲା ଯମକେଶ୍ୱର ବ୍ଲକରେ ଅବସ୍ଥିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.