ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଲାଗୁ, ଅଭିଯୋଗ ପରେ ବ୍ୟାଙ୍କ ଗ୍ରାହକଙ୍କୁ ପ୍ରତିଦିନ ଦେବ ୧୦୦ଟଙ୍କା ଫାଇନ

ସାଧାରଣତଃ ଅପ୍ରେଲ ମାସଠୁ ଆମର ଆର୍ଥିକ ବର୍ଷ ଆରମ୍ଭ ହୋଇଥାଏ। ଚଳିତ ୧ ଅପ୍ରେଲ ୨୦୨୧ର ଆରମ୍ଭରେ ଦେଶର ସରକାରୀ ଓ ପ୍ରାଇଭେଟ ବ୍ୟାଙ୍କରେ କୌଣସି କାମ ଦେଖିବାକୁ ମିଳିନଥିଲା। ସେହିଦିନ କିଛି ବ୍ୟାଙ୍କରେ UPI ଓ IMPS ଟ୍ରାଞ୍ଜେକସନ ଫେଲ ହୋଇଯାଇଥିଲା। ଯଦ୍ୱାରା ଗ୍ରାହକଙ୍କ ଟଙ୍କା ମଧ୍ୟ ରହିଯାଇଥିଲା। ଯଦି ଆପଣଙ୍କ UPI ଟ୍ରାଞ୍ଜେକସନରେ ମଧ୍ୟ ଏହି ସମସ୍ୟା ଦେଖାଦେଉଛି ଓ ଆପଣଙ୍କ ଟଙ୍କା ଆକାଉଣ୍ଟକୁ ଫେରିନାହିଁ, ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହାର ସହଜ ଉପାୟ।
୧ ଅପ୍ରେଲ ୨୦୨୧ରେ UPI ଟ୍ରାଞ୍ଜେକସନ ଫେଲ:
The National Payments Corporation of India (NPCI) ଏକ ଟ୍ଵିଟରେ ସୂଚନା ଦେଇଥିଲେ ଯେ, ୧ ଅପ୍ରେଲ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ସବୁ ବ୍ୟାଙ୍କ ବ୍ୟବସ୍ଥା ସାମାନ୍ୟ ହୋଇଯାଇଥିଲା। ଗ୍ରାହକଙ୍କୁ ତାଙ୍କ ଅବଧିତ IMPS ଓ UPI ସର୍ଭିସ ମିଳିଥିଲା। ମାତ୍ର କିଛି ଜଣଙ୍କ ଆକାଉଣ୍ଟକୁ ଟଙ୍କା ଫେରିନଥିଲା। ତେଣୁ ଏଥିପାଇଁ କିଛି ଜଣ ଅଭିଯୋଗ କରିଥିଲେ।
ଯଦି ଆପଣ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତେବେ ଆପଣଙ୍କୁ ଅକ୍ଟୋବର ୨୦୧୯ର ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ଅନୁଯାୟୀ ସହାୟତା ମିଳିପାରିବ। ଏହି ନିୟମ ଅନୁଯାୟୀ ଆପଣଙ୍କ ଟଙ୍କାର ଅଟୋ ରିଭର୍ସଲକୁ ନେଇ ଏକ ସମୟସୀମା ନିର୍ଦ୍ଧାରଣ କରାଯାଇଛି। ଯଦି ଏହି ସମୟସୀମା ମଧ୍ୟରେ ଆପଣଙ୍କ ଟଙ୍କା ଫେରସ୍ତ ହୋଇନଥାଏ, ତେବେ ବ୍ୟାଙ୍କ ଏଥିପାଇଁ ଫାଇନ ଭରିବ। ନିୟମ ଅନୁଯାୟୀ ସମୟସୀମା ପାର୍ ହେଲେ ଉକ୍ତ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ପ୍ରତିଦିନ ୧୦୦ଟଙ୍କା ଫାଇନ ଭରିବ।
The Financial year end closing had led to some UPI and IMPS transaction failures at few banks. We have observed that most of these bank systems are back to normal since last evening. Customers may avail uninterrupted IMPS and UPI services.
— NPCI (@NPCI_NPCI) April 2, 2021
ଏଥିପାଇଁ ଆପଣଙ୍କୁ ପ୍ରଥମେ ସର୍ଭିସ ପ୍ରୋଭାଇଡରଙ୍କ ପାଖରେ ଅଭିଯୋଗ କରିବାକୁ ପଡିବ। ଏହାସହ Raise Disputeକୁ ଯିବାକୁ ପଡିବ। ଅଭିଯୋଗ ଦେବା ପରେ ପ୍ରୋଭାଇଡର ଏହାକୁ ଯାଞ୍ଚ କରି ଆପଣଙ୍କୁ ଆପଣଙ୍କ ଟଙ୍କା ଫେରସ୍ତ କରିବ । ଯଦି ଅଭିଯୋଗ କଲା ପରେ ମଧ୍ୟ ବ୍ୟାଙ୍କରୁ କୌଣସି ସମାଧାନ ଆପଣଙ୍କୁ ମିଳୁନି ତେବେ ଆପଣ ରିଜର୍ଭ ବ୍ୟାଙ୍କର ଡିଜିଟାଲ ଟ୍ରାଞ୍ଜେକସନ ୨୦୧୯ର ଓମ୍ବୁଡସମ୍ୟାନ ସ୍କିମ ଦ୍ୱାରା ଅଭିଯୋଗ କରିପାରିବେ।