କରୋନାରୁ ସୁସ୍ଥ ହୋଇ ଫେରିଲେ କାର୍ତ୍ତିକ ଆର‍୍ୟନ୍‌, ଫ୍ୟାନ୍ସଙ୍କୁ ଦେଲେ କିଛି ଏମିତି ସରପ୍ରାଇଜ

ବଲିଉଡ ଅଭିନେତା କାର୍ତ୍ତିକ ଆର‍୍ୟନ୍‌ କରୋନା ପଜିଟିଭ ହେଲାପରେ ଫ୍ରାନ୍ସମାନେ ଦୁଃଖି ହୋଇଯାଇଥିଲେ। ତାଙ୍କର ସୁସ୍ଥ ହେବା ଖବରକୁ ସମସ୍ତେ ଚାହିଁ ବସିଥିଲେ। କିଛି ଦିନ ପୂର୍ବରୁ କାର୍ତ୍ତିକ ଆର‍୍ୟନ୍‌ଙ୍କ କରୋନା ନେଗେଟିଭ ଖବର ସାମ୍ନାକୁ ଆସିଥିଲ।ା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହି ସଂପର୍କରେ ସୂଚନା ଦେଇଥିଲେ। କରୋନାରୁ ସୁସ୍ଥ ହେବାପରେ ଏବେ ସେ କାମକୁ ପୁନର୍ବାର ଫେରିଛନ୍ତି ।

କଳା ରଙ୍ଗର ଲମ୍ବୋର୍ଗିନୀରେ ନିଜ ସୁଟିଂ ସେଟକୁ ଫେରିଥିଲେ କାର୍ତ୍ତିକ। କୁଲ୍‌ ଲୁକରେ ପୋଜ୍‌ ଦେଇ ପୋଷ୍ଟ କରିଥିଲେ ନିଜ ଆକାଉଣ୍ଟରେ। କାର୍ତ୍ତିକଙ୍କ ଏହି ଗାଡିର ଦାମ ବିଷୟରେ ଯଦି କଥା ଉଠେ, ତା’ହେଲେ ଆମେ ଆପଣଙ୍କୁ କହିଦେବାକୁ ଚାହୁଁଛୁ ଯେ ଏହି ଗାଡିର ଦାମ୍‌ ୪.୫ କୋଟି ଟଙ୍କା  । ଏହି ଗାଡିକୁ ଇଟାଲୀରୁ କିଣିଛନ୍ତି କାର୍ତ୍ତିକ । ତେବେ ଏହାସହ କୁଲ୍‌ ଲୁକରେ ପୋଜ ଦେଇଥିବା କାର୍ତ୍ତିକ ଆର୍ୟନଙ୍କ ଫଟୋ ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by divs🐰🐾 (@proudkartikians)

ସୂଚନା ଅନୁସାରେ, ଇଟାଲିରୁ ଏହି କାରକୁ ମୁମ୍ବାଇ ଆଣିବା ପାଇଁ କାର୍ତ୍ତିକ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ୩ମାସର ବ୍ୟବଧାନ ପରେ କାର୍ତ୍ତିକଙ୍କ ଏହି ଡ୍ରିମ କାର ତାଙ୍କ ପାଖରେ ପହଞ୍ଚିଛି। ଯାହାକୁ ନେଇ ସେ ନିଜ ଖୁସି ବ୍ୟକ୍ତ କରିଛନ୍ତି। ଗାଡି ଲିଷ୍ଟକୁ ଯଦି ଯିବା, ତା’ ହେଲେ କାର୍ତ୍ତିକଙ୍କ ପାଖରେ ଏହା ପୂର୍ବରୁ BMW କାର ଅଛି ଯାହାକୁ ସେ ୨୦୧୭ ମସିହାରେ କିଣିଥିଲେ। ଏହାପରେ କାର୍ତ୍ତିକ ନିଜ ମାଆ ମିନି କପୁରଙ୍କୁ ଏକ ସୁନ୍ଦର କାର ଉପହାର ଦେଇଥିଲେ।

kartik87
pc: Spot News 18

କରୋନା ପଜିଟିଭ ହେବା ପୂର୍ବରୁ କାର୍ତ୍ତିକ ଲାକମି ଫ୍ୟାସନ ଓ୍ଵିକରେ ସାମିଲ ହୋଇଥିଲେ। ଡିଜାଇନର ମନୀଷ ମଲହୋତ୍ରାଙ୍କ ତରଫରୁ ସେ ସୋ’ଷ୍ଟପର ବନିଥିଲେ। ତେବେ ସୂଚନା ଅନୁଯାୟୀ, କାର୍ତ୍ତିକ ଆଗାମୀ ଫିଲ୍ମ ‘ଭୁଲ୍‌ ଭୁଲେୟାଁ’ ରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମରେ କାର୍ତ୍ତିକଙ୍କ ସହ କିୟାରା ଆଡଭାନୀ ସ୍କ୍ରିନ ସେୟାର କରିଛନ୍ତି। ଏହି ଫିଲ୍ମଟି କମେଡି ଓ ହରର ଜେନରକୁ ନେଇ ପର୍ଯ୍ୟବେସିତ। ଏହାସହ କାର୍ତ୍ତିକଙ୍କ ଆଗାମୀ ଫିଲ୍ମ ‘ଧମାକା’ ମଧ୍ୟ ରିଲିଜ ଅପେକ୍ଷାରେ ଅଛି। ଏହି ଫିଲ୍ମରେ ସେ ଜଣେ ସାମ୍ବାଦିକଙ୍କ ଭୂମିକାରେ ଅର୍ଜ୍ଜୁନ ପାଠକ ଚରିତ୍ରରେ ଦର୍ଶକଙ୍କ ସାମ୍ନାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.