ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଟ୍ରଲର ଚଳାଚଳ ଉପରେ କଲେ କଟକଣା

ବିପଦରେ ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥା। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଏଠାରେ ଟ୍ରଲର ଚଳାଚଳ ଉପରେ କଟକଣା ଲଗାଇଥିଲେ । ବନବିଭାଗ ପକ୍ଷରୁ ବର୍ଷତମାମ ପାଟ୍ରୋଲିଂ ଚାଲିଥିଲେ ମଧ୍ୟ ବେଧଡ଼କ ଭାବେ ଟ୍ରଲର ଚଳାଚଳ କରୁଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷ ୧୦୨ଟି ଟ୍ରଲର ଜବତ ହେବା ସହ ୮୦୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନବିଭାଗ । ଏନେଇ ଟ୍ରଲର ମାଲିକମାନେ ରାଜନଗର ବନଖଣ୍ଡ କାର‌୍ୟ୍ୟାଳୟ ଘେରାଉ କରିବା ସହ ସେମାନଙ୍କୁ ମାଛ ମାରିବାକୁ ଅନୁମତି ଦେବାକୁ ଅଡ଼ି ବସିଥିଲେ। ଅନୁମତି ନମିଳିଲେ ସମୁଦ୍ର ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ବନବିଭାଗକୁ ଧମକ ଦେଇଛନ୍ତି। ଟ୍ରଲର ମାଲିକ ଓ ମାଛ ମାଫିଆଙ୍କ ଧମକକୁ ବିରୋଧ କରିଛି ଗହୀରମଥା କଇଁଛ ସୁରକ୍ଷା ସମିତି।

gahitmatha