Below header

ବିଚ୍ ରାସ୍ତରେ ଆତଙ୍କ ସୃଷ୍ଟି କଲେ ଅବସରପ୍ରାପ୍ତ ସେନା କର୍ମଚାରୀ, ପୋଲିସକୁ ଖଣ୍ଡା ଧରି ଗୋଡାଇଲେ

ବାଙ୍କୀ ବଜାର କଚେରି ଛକରେ ଆତଙ୍କ ସୃଷ୍ଟି କଲେ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ । ଯାହାର ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି ।

ବାଙ୍କୀ(କେନ୍ୟୁଜ୍): ଗତ ଶୁକ୍ରବାର, ସମୟ ପୂର୍ବାହ୍ନ ପାଖାପାଖି ସାଢେ଼ ଦଶଟା ହେବ। ହଠାତ୍ ବାଙ୍କୀ ବଜାରର କଚେରି ଛକରେ ଆତଙ୍କ ସୃଷ୍ଟି କରିଥିଲେ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ । ଯାହାର ଭିଜୁଆଲ୍ ଏବେ ଆପଣଙ୍କ ସାମ୍ନାରେ । ନିଜ ହାତରେ ପୂର୍ବରୁ ଅଭିଯୋଗ କରିଥିବା ଦରଖାସ୍ତର ନକଲ ସହିତ ଥାନାର ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ଲକ୍ଷ୍ୟରେ ଗୋଟିଏ ହାତରେ ଏକ ହାତୁଡି ଓ ଅନ୍ୟ ହାତରେ ଏକ ଖଣ୍ଡା ଧରି ଲୋକଙ୍କୁ ଭୟଭୀତ କରିଥିଲେ । ଯାହାଫଳରେ ତାଙ୍କ ପାଖକୁ ଯିବାକୁ କେହି ସାହସ କରୁ ନ ଥିଲେ ।

ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ହେଲେ ପୋଲିସ ଫୋର୍ସଙ୍କୁ ଦେଖି ଅଧିକ ଭାବେ ଉତ୍ତ୍ୟକ୍ତ ହୋଇ ଉଠିଥିଲେ ସେ । ପୋଲିସ କୁ ଖଣ୍ଡା ଧରି ଗୋଡ଼ାଇ ଥିଲେ । ଖଣ୍ଡା ବୁଲାଇ ବୁଲାଇ କଚେରି ପଡ଼ିଆରେ ପହଞ୍ଚି ସମସ୍ତ ପୋଲିସ୍ ଅଧିକାରୀଙ୍କୁ ନିଜ କାହାଣୀ ଶୁଣାଇ ଥିଲେ। ତେବେ ଏହି ଅବସରପ୍ରାପ୍ତ ସେନା କର୍ମଚାରୀ ଜଣକ ହେଉଛନ୍ତି ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମର ସରୋଜ ଦାସ । ଯିଏ ୨୦୧୯ ମସିହା ଏପ୍ରିଲ ମାସରେ ଚାକିରିରୁ ଅବସର ଗ୍ରହଣ କରିସାରିଛନ୍ତି।

ପୂର୍ବରୁ କଲେଜ ପାଖ ଏସ ବି ଆଇ ଏଟିଏମ୍ କାଉଣ୍ଟର ଭଙ୍ଗା ରୁଜା କରିଥିଲେ ସରୋଜ। ତେବେ ସାଧାରଣ ଲୋକଙ୍କୁ କିନ୍ତୁ ସେ କିଛି କହୁ ନ ଥିଲେ କି କିଛି କ୍ଷତି ବି ପହଞ୍ଚାଉ ନଥିଲେ । ପ୍ରାୟ ଦୁଇ ଘଣ୍ଟା କାଳ ଏଭଳି କରି ପୋଲିସ୍ କୁ ନାକେଦମ୍ କରିଥିଲେ ସେନା କର୍ମଚାରୀ ସରୋଜ। ଏପଟେ ବାଙ୍କୀ ପୋଲିସ, ଏସଡିପିଓ ପହଞ୍ଚି କାବୁ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଧରି ପାରିନଥିଲେ। କୌଶଳ କ୍ରମେ ସରୋଜ ପୋଲିସଙ୍କ କବଳରୁ ସେ ସ୍ଥାନରୁ ଚମ୍ପଟ ମାରିଥିଲେ । ତେବେ କାହିଁକି ସରୋଜ ଏଭଳି ଅସନ୍ତୋଷ ଜାହିର କରିଛନ୍ତି ପୋଲିସ୍ ଉପରେ? ଖଣ୍ଡା ଉଠାଇ ହାଣି ବାକୁ ଉଦ୍ୟମ କଲେ? ଆମ କ୍ୟାମେରା ସମ୍ମୁଖରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରୋଜ ।

ଅବସର ପରେ ମିଳିଥିବା ଟଙ୍କାରେ ଏକ ହାଇୱା ଗାଡ଼ି କିଣି ଥିଲେ ସେ । ଯାହାଙ୍କ ଠାରୁ କିଣି ଥିଲେ ସେ ଭଲ ଗାଡ଼ି କିଣିବା ପରିବର୍ତ୍ତେ ପୁରୁଣା ହାଇୱା କିଣାଇବାରୁ ବହୁ କ୍ଷତି ସହି ଚାଲିଛନ୍ତି ସରୋଜ। ଏପରିକି ତାଙ୍କ ହାଇୱରେ ବାଲି ବୁହା ହେଉଥିବାବେଳେ ଉକ୍ତ ଲୋକ ଜଣଙ୍କ ତହସିଲଦାରଙ୍କ ଉପରେ ଚାପ ପକାଇ ଜରିମାନା ଆଦାୟ କରୁଥିଲେ । ଯେଉଁଥି ପାଇଁ ସେ ଅଭିଯୋଗ କରିବାପରେ ବି କିଛି ସୁଫଳ ମିଳିପାରିନି । ଯାହାଫଳରେ ସେ ଅସ;ନ୍ତାଷ ଜାହିର କରି ଏଭଳି ଏକ ନିନ୍ଦନୀୟ ପଦକ୍ଷପ ନେଇଥିଲେ ।

ବିଚ୍ ରାସ୍ତାରେ ପୋଲିସ୍ ଓ ପ୍ରଶାସନ ଉପରେ ଅସନ୍ତୋଷ ଜାହିର କଲେ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ । ଯାହାକୁ ନେଇ ସଭିଏଁ ଚକିତ ଓ ଭୟବିତ । ଏବେ ଅବସରପ୍ରାପ୍ତ ସେନା କର୍ମଚାରୀ ଶ୍ରୀ ଦାସଙ୍କୁ ଖୋଜୁଛି ବାଙ୍କୀ ପୋଲିସ । ଚାରି ଦିନ ପରେ ଧରିପାରୁନାହିଁ ବାଙ୍କୀ ପୋଲିସ୍ । ତେବେ ଦେଖାଯାଉ ଅଆଗକୁ ,ହି ଘଟଣା କି ମୋଡ ନେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.