ବାଇକକୁ ପିଟିଦେଲା ଟ୍ରକ୍, ୨ ମୃତ, ଜଣେ ଗୁରୁତର

ବାଇକକୁ ପିଟିଦେଲା ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର। ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ ବଡମହେଶ୍ୱର ଢ଼ାବା ନିକଟରେ ଏହି ଦୁର୍ଘଟଣା ଘଟିଛି।

ନୂଆପଡା (କେନ୍ୟୁଜ): ବାଇକକୁ ପିଟିଦେଲା ଟ୍ରକ୍। ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗୁରୁତର। ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ ବଡମହେଶ୍ୱର ଢ଼ାବା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ଖଡିଆଳ ଥାନା ଅନ୍ତର୍ଗତ ବରପଦର ଗାଁର ମାରୁତି ବେହେରା ଓ ଗୋବିନ୍ଦ ନାଗ। ଗୁରୁତର ଆଲୋକ ରାଉତଙ୍କୁ ଖଡିଆଳ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଦୁର୍ଘଟଣା ଘଟେଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଖଡ଼ିଆଳ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଅପରପକ୍ଷେ ଟ୍ରକ ଡ୍ରାଇଭରକୁ ଗିରଫ କରିବା ସହ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ୩୫୩ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.