‘ଜବାନ’ ଫିଲ୍ମ ସଫଳତା ପାଇଁ ଭେଙ୍କେଟଶ୍ବର ମନ୍ଦିରରେ ପହଞ୍ଚିଲେ ଶାହାରୁଖ

ଫିଲ୍ମର ସଫଳତା ପାଇଁ ଶାହାରୁଖ ଭେଙ୍କେଟଶ୍ବର ମନ୍ଦିରରେ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ତ୍ରିପୁରାରେ ନିଜ ଟିମ୍ ସହ ଶାହାରୁଖଙ୍କୁ ଦେଖିବାକୁ ମିଳିଛି । ଏହି ସମୟର ଭିଡ଼ିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଶାହାରୁଖ, ଝିଅ ସୁହାନା ଖାନ ଏବଂ ନୟନତାରାଙ୍କୁ ଦେଖିବାକୁ ମିଳିଛି ।

ବଲିଉଡର କିଙ୍ଗ ଖାନ ଶାହାରୁଖ ନିଜର ଅପକମିଙ୍ଗ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି । ୭ ସେପ୍ଟେମ୍ବରରେ ରିଲିଜ ହେବ ଶାହାରୁଖଙ୍କ ଫିଲ୍ମ ଜବାନ । ଫିଲ୍ମର ସଫଳତା ପାଇଁ ସବୁ ବଳ ଲଗାଇଦେଇଚନ୍ତି ବାଦଶାହା । ପ୍ରମୋସନ ପାଇଁ ଭିନ୍ନ ଭିନ୍ନ ମନ୍ଦିର ଯାଇ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି । ସଫଳତା ପାଇଁ ପ୍ରଥମେ ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋଙ୍କ ମନ୍ଦିରରେ ଆଶୀର୍ବାଦ ନେବା ପାଇଁ ପହଞ୍ଚିଥିଲେ । ବର୍ତ୍ତମାନ ତ୍ରିପୁରା ଗସ୍ତ କରିଛନ୍ତି ବାଦଶାହା । ଫିଲ୍ମର ସଫଳତା ପାଇଁ ସେ ଭେଙ୍କେଟଶ୍ବର ମନ୍ଦିରରେ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି । ତ୍ରିପୁରାରେ ନିଜ ଟିମ୍ ସହ ଶାହାରୁଖଙ୍କୁ ଦେଖିବାକୁ ମିଳିଛି । ଏହି ସମୟର ଭିଡ଼ିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଶାହାରୁଖ, ଝିଅ ସୁହାନା ଖାନ ଏବଂ ନୟନତାରାଙ୍କୁ ଦେଖିବାକୁ ମିଳିଛି ।

ପୂର୍ବରୁ ଜାମ୍ମୁ ଯାଇ ବୈଷ୍ଣ ଦେବୀ ଦର୍ଶନ କରିଥିଲେ କିଙ୍ଗ ଖାନ୍। କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଜୱାନର ଟ୍ରେଲର । ଟ୍ରେଲରକୁ ମିଳିଛି ଦମଦାର ରେସପନ୍ସ । ଏଟଲିଙ୍କ ନିର୍ଦ୍ଦେଶନାରେ ଜୱାନରେ ନୟନତାରା, ବିଜୟ ସେତୁପତି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଦୀପିକା ପାଦୁକୋନ୍ , ସାନ୍ୟା ମଲହୋତ୍ରା ଓ ସୁନୀଲ ଗ୍ରୋଭର ବି ଗୁରୁତ୍ବ ପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏହା ଏକ ଆକ୍ସନ ଥ୍ରୀଲର ଫିଲ୍ମ , ଯାହାକୁ ସାଉଥ ଡାଇରେକ୍ଟର ଏଟଲି ନିର୍ଦ୍ଦେଶନା ଦେଇଛନ୍ତି । ସେ ଏହି ଫିଲ୍ମର ଲେଖକ ମଧ୍ୟ । ଏହା ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ । ଏହି ଫିଲ୍ମରେ ଶାହାରୁଖ ଡବଲ ରୋଲ କରିଛନ୍ତି । ରିଲିଜ ହେବାକୁ ଥିବା ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ରିଲିଜ ହେବ । ଏହି ଫିଲ୍ମ ପାଇଁ ଆଡଭାନ୍ସ ଟିକେଟ ବୁକିଙ୍ଗ ମଧ୍ୟ ସରିଛି । ୫ ଲକ୍ଷରୁ ଅଧିକ ଟିକେଟ ପୁର୍ବରୁ ହିଁ ବିକ୍ରି ହୋଇ ସାରିଛି । ଶାହାରୁଖଙ୍କ ଫ୍ୟାନ୍ସମାନେ ତାଙ୍କ ଫିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.