ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା । କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଡାକରାରେ ଏହି ବନ୍ଦ ପାଳନ କରାଯାଉଛି । ଆଜିର ଏହି ବନ୍ଦରେ ସମସ୍ତ ଦୋକାନ, ଵଜାର, ସ୍କୁଲ, କଲେଜ, ସରକାରୀ- ବେସରକାରୀ କାର୍ଯ୍ୟଳୟ, ବ୍ୟାଙ୍କ, ତହସିଲ, ଟ୍ରେଜେରୀ ଭଳି ଅନ୍ୟ କାର୍ଯ୍ୟାଳୟ ବନ୍ଦ ରହିଛି ।

କଣ୍ଟାବାଞ୍ଜି (କେନ୍ୟୁଜ): ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା । କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା ଦିଆଯାଇଛି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ଡାକରାରେ ଏହି ବନ୍ଦ ପାଳନ କରାଯାଉଛି । ଆଜିର ଏହି ବନ୍ଦରେ ସମସ୍ତ ଦୋକାନ, ଵଜାର, ସ୍କୁଲ, କଲେଜ, ସରକାରୀ- ବେସରକାରୀ କାର୍ଯ୍ୟଳୟ, ବ୍ୟାଙ୍କ, ତହସିଲ, ଟ୍ରେଜେରୀ ଭଳି ଅନ୍ୟ କାର୍ଯ୍ୟାଳୟ ବନ୍ଦ ରହିଛି । ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି ।

ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତା ମାନେ ରସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଆଜିର ଏହି ବନ୍ଦରେ ସହରର ୩୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି l ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.