Below header

ହେରିଟେଜ ସ୍କୁଲର ମାନ୍ୟତା ପାଇବ ରେଭେନ୍ସା କଲେଜିଏଟ ସ୍କୁଲ

କଟକ(କେ ନ୍ୟୁଜ): ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ କଟକର ରେଭେନ୍‌ସା କଲେଜିଏଟ ସ୍କୁଲକୁ ଐତିହ୍ୟ ସ୍କୁଲ ଭାବେ ବିକଶିତ କରାଯିବ । ଏନେଇ ଏକ ବୈଠକରେ ଆଲୋଚନା କରାଯାଇଛି । ଏଥିରେ ମେଣ୍ଟର ଭାବେ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଓ ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ ଯୋଗଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ

ପ୍ରକଳ୍ପ ନିର୍ଦ୍ଦେଶକ, ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀ ପ୍ରମୁଖ ଭାଗ ନେଇଥିଲେ । ସାରାରାଜ୍ୟରେ ଶିକ୍ଷାକ୍ଷେତ୍ରରେ ରେଭେନସା କଲେଜିଏଟ ସ୍କୁଲର ବେଶ ସୁନାମ ରହିଛି । ଏହି ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରି ଗୌରବ ଆଣିଛନ୍ତି । ରେଭେନ୍‌ସା କଲେଜିଏଟ ସ୍କୁଲକୁ ହେରିଟେଜ ସ୍କୁଲ ଭାବେ ବିକଶିତ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.