Below header

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତି , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ହିନ୍ଦୁ ଧର୍ମ ଅନୁସାରେ, ଭଗବାନ ବିଷ୍ଣୁ ସମୃଦ୍ଧି ଓ ବୈଭବର ପ୍ରତୀକ। ତାଙ୍କର ପାଳନକର୍ତ୍ତା ବୋଲି କୁହାଯାଏ। ସାରା ଭାରତରେ ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ତାଙ୍କୁ ଭିନ୍ନ ଭିନ୍ନ ନାମରେ ପୂଜା ନହୁଏ। କିନ୍ତୁ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ସବୁଠାରୁ ଉଚ୍ଚ ବିଷ୍ଣୁଙ୍କ ମୂର୍ତ୍ତି ଭାରତରେ ନୁହେଁ, ବଂର ଏକ ମୁସଲମାନ ବହୁଳ ରାଷ୍ଟ୍ରରେ ରହିଛି । ଆଉ ସେହି ରାଷ୍ଟ୍ରର ନାମ ହେଉଛି ଇଣ୍ଡୋନେସିଆ । ଇଣ୍ଡୋନେସିଆର ବାଲି ଠାରେ ଥିବା ଏକ ପାର୍କରେ ବିଷ୍ଣୁଙ୍କର ୧୧୨ ଫୁଟ ଉଚ୍ଚତା ଓ ୬୫ ଫୁଟ ଚଉଡା ବିଶିଷ୍ଟ ଏହି ମୂର୍ତ୍ତି ରହିଛି। ଯାହାକୁ ଦେଖିବା ପାଇଁ ଦେଶ ବିଦେଶରୁ ଅନେକ ଲୋକ ସେହି ସ୍ଥାନକୁ ଆସିଥାନ୍ତି । ଶୁଣିଲେ ଆଶ୍ଚଯ୍ୟ ହେବେ ମୂର୍ତ୍ତିଟିକୁ ସମ୍ପୂର୍ଣ୍ଣ କରିବା ପାଇଁ କାରିଗର ମାନଙ୍କୁ ପ୍ରାୟ ୨୮ ବର୍ଷର ସମୟ ଲାଗିଥିଲା। ଏହି ମୂର୍ତ୍ତିଟିରେ ଗରୁଡ଼ଙ୍କ ଉପରେ ଭଗବାନ ବିଷ୍ଣୁ ବସିଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ବପ୍ପା ନ୍ୟୁମନ୍ ନୁଆର୍ତ୍ତ ନାମକ ଜଣେ ଇଣ୍ଡୋନେସିଆର ମୂର୍ତ୍ତିକାର ୧୯୭୯ ମସିହାରେ ଭଗବାନ ବିଷ୍ଣୁଙ୍କର ଏକ ବିଶାଳ ମୂର୍ତ୍ତି ତିଆରି କରିବାର ସ୍ୱପ୍ନ ଦେଖିଥିଲେ।

vishnu

ହେଲେ ଏହି ସ୍ୱପ୍ନ କୁ ସାକାର କରିବା କଷ୍ଟକର ଥିଲା । କାରଣ ଏଭଳି ଏକ ବିଶାଳକାୟ ମୂର୍ତ୍ତି ଗଢିବାକୁ ଦରକାର ଥିଲା କଠିନ ପରିଶ୍ରମ ସହିତ ବିପୁଳ ପରିମାଣର ଟଙ୍କା। ହେଲେ ମଧ୍ୟ ମୂର୍ତ୍ତିକାର ଜଣକ ହାର ମାନିନଥିଲେ। ୧୯୮୦ ଦଶକରେ ଏହି ମୂର୍ତ୍ତି ତିଆରି କରିବା ପାଇଁ ପ୍ରଥମେ ଏକ କମ୍ପାନୀ ତିଆରି କରାଗଲା । ଦୀର୍ଘ ଦିନର ଯୋଜନା ଓ ଟଙ୍କାର ବନ୍ଦୋବସ୍ତ ପରେ ଏହି ମୂର୍ତ୍ତି ତିଆରି କରିବା କାମ ୧୯୯୪ ମସିହାରେ ଆରମ୍ଭ ହୋଇଥିଲା । ଏହି ମୂର୍ତ୍ତି ନିର୍ମାଣରେ ଇଣ୍ଡୋନେସିଆର ବହୁ ସରକାର ସାହାଯ୍ୟ ମଧ୍ୟ କରିଛନ୍ତି।

ବଜେଟ୍ ଅଭାବରୁ ଏହି ମୂର୍ତ୍ତିରେ କାମକୁ ୨୦୦୭ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ଧରି ସ୍ଥଗିତ ରଖାଯାଇଥିଲା। ହେଲେ ଲୋକଙ୍କ ବିରୋଧ ଫଳରେ ପୁଣି ଥରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା। ଶେଷରେ ୨୦୧୮ ମସିହାରେ ଏହି ମୂର୍ତ୍ତିର କାର୍ଯ୍ୟ ସମାପ୍ତ ହୋଇଥିଲା । ତେବେ ଏହି ବିଶାଳକାୟ ମୂର୍ତ୍ତି ନିର୍ମାଣ ପାଇଁ ମୂର୍ତ୍ତିକାର ବପ୍ପା ନ୍ୟୁଆର୍ତ୍ତୀଙ୍କୁ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ଵାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.