Below header

ହଜିଯାଉଛି ମାନବିକତା, ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଷ୍ଠା ଓ ପରିସ୍ରା ପିଆଇଲେ ଗାଁ ଲୋକ

ବଲାଙ୍ଗିର(କେ ନ୍ୟୁଜ): ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ପାରୁଆଭାଡ଼ି ଗାଁରେ ଅମାନବୀୟ ଘଟଣା । ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଷ୍ଠା ଓ ପରିସ୍ରା ପିଆଇଲେ ଗାଁ ଲୋକ । ଏଥିସହ ବୃଦ୍ଧଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି । ଏ ସଂପର୍କିତ ଭିଡିଓ ଭାଇରାଲ ପରେ ଘଟଣା ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଗାଁର କିଛି ଲୋକଙ୍କୁ ଜ୍ୱରରେ ମୃତ୍ୟୁ ନେଇ ସେମାନେ ବୃଦ୍ଧ ଜଣଙ୍କ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରିଥିଲେ । ଏନେଇ ଗାଁର କିଛି ପୁରୁଷ ଓ ମହିଳା ବୃଦ୍ଧଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ସିନ୍ଧେକେଲା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.