ଖେଳ ରତ୍ନ ପାଇଁ ପ୍ରମୋଦଙ୍କ ନାମ ସୁପାରିଶ କଲେ ରାଜ୍ୟ ସରକାର ଓ ପିଏସଓ

ଭୁବନେଶ୍ୱର : ବିଶ୍ୱର ନମ୍ବର ଓ୍ଵାନ ବ୍ୟାଡମିଣ୍ଟନ ଖେଳାଳି ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ନାମ ସମ୍ମାନଜନକ ରାଜ ୀବ ଗାନ୍ଧି ଖେଳ ରତ୍ନ ପାଇଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର ଓ ସ୍ପୋର୍ଟ୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ପିଏସ୍‌ଓ) ।

୨୦୧୭ ରୁ ୨୦୨୧ ଗତ ୪ ବର୍ଷ ଧରି ପ୍ରମୋଦ ୩୬ ଟି ଆନ୍ତର୍ଜାତିକ ପଦକ ହାସଲ କରିଛନ୍ତି । ଏହା ମଧ୍ୟରେ ରହିଛି ଦୁଇଟି ବିଶ୍ୱ ଚାମ୍ପିଆନ ଓ ଗୋଟିଏ ଏସୀୟ ପାରା କ୍ରୀଡ଼ା ସ୍ୱର୍ଣ୍ଣ ପଦକ । ପ୍ରମୋଦ ୫ ଥର ବିଶ୍ୱ ସ୍ତରରେ ବୀଜୟ ହାସଲ କରିଛନ୍ତି ।

୨୦୧୯ ରେ ପ୍ରମୋଦେ ଅର୍ଜୁନ ପୁରସ୍କାର ପାଇଥିଲେ । ପ୍ରମୋଦ ଭଗତଙ୍କ ସହ ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଦୀପଗ୍ରେସ ଏକ୍କାଙ୍କ ନାମ ମଧ୍ୟ ରାଜ୍ୟ ସରକାର ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.