ଜମି ବିବାଦକୁ ନେଇ ଟଣାଓଟରା, ନିଜ ସୁରକ୍ଷା ପାଇଁ ମୋହନା ଥାନାକୁ ଦୌଡ଼ି ଦୌଡି ଆସିଲେ ରାଜସ୍ବ ନିରୀକ୍ଷକ

ମୋହନ(କେନ୍ୟୁଜ୍‌): ଜମି ବିବାଦକୁ ନେଇ ରାଜସ୍ବ ନିରୀକ୍ଷକଙ୍କୁ ଟଣାଓଟରା ଅଭିଯୋଗ । ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ। ସୂଚନା ପ୍ରକାରେ ମୋହନା ମୌଜାର କେହେଲିକୂଆ ଗ୍ରାମର ଏକ ଜଙ୍ଗଲ ଜମିକୁ ନେଇ ବୁଡ୍ରିଙ୍ଗ ଗ୍ରାମର ପ୍ରେମାନନ୍ଦ ନାୟକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଫଳରେ ଏକ ବର୍ଷ ପୂର୍ବେ ମୋହନା ତହସିଲ୍ ପକ୍ଷରୁ ଉକ୍ତ ଅଞ୍ଚଳର ୫ ସେଣ୍ଟ ଜାଗାରେ ନାଲି ପତାକା ପୋତା ଯାଇଥିଲା ।

mohanaକିନ୍ତୁ ବର୍ତ୍ତମାନ ସେହି ସ୍ଥାନ କୁ ପଟ୍ଟା କରାଯାଇଥିବା ଅଭିଯୋଗ କରି କେହେଲିକୁଆ ଗ୍ରାମବାସୀ ଆଜି ମୋହନା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ କୁ ଯାଇ ରାଜସ୍ବ ନିରୀକ୍ଷକ ଦୁର୍ଗା ଚରଣ ଶତପଥୀ ଙ୍କୁ ଟଣା ଓଟରା କରିଥିଲେ ଫଳରେ ରାଜସ୍ବ ନିରୀକ୍ଷକ ନିଜ ସୁରକ୍ଷା ପାଇଁ ମୋହନା ଥାନାକୁ ଦୌଡ଼ି ଦୌଡି ଆସିଥିଲେ । ତେବେ ଉକ୍ତ ଜମି ଜଙ୍ଗଲ ଜମି ହୋଇଥିବା ଯୋଗୁଁ ତାହା ପଟ୍ଟା ହୋଇପାରିବନାହିଁ ବୋଲି ରାଜସ୍ବ ନିରୀକ୍ଷକ କହିଛନ୍ତି। ସରକାରୀ ନିୟମ ମୁତାବକ ପ୍ରେମାନନ୍ଦ ନାୟକ ଉକ୍ତ ଜାଗା ର ପେନାଲ୍ଟି ବନ୍ଧୁଥିବା ଜଣାପଡିଛି। ତେବେ ଏନେଇ ଥାନାରେ କୌଣସି ମାମଲା ହୋଇନାହିଁ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.