Below header

ଫର୍ଜ୍ଜି କଲ କରି ଆଉ କେହି କରିପାରିବେନି ବ୍ୟସ୍ତ ବିବ୍ରତ,ଏଣିକି ମୋବାଇଲ ଡ଼ିସ୍ପ୍ଲେରେ ଦେଖାଦେବ କଲରଙ୍କ KYC ନାଁ

ଟେଲିକମ ରେଗୁଲାଟୋରି ଅଥରିଟି ଅଫ ଇଣ୍ଡିଆ ବା ଟ୍ରାଇ ଓ ଦୂର ସଂଚାର ବିଭାଗ ମିଳିତ ଭାବେ ଖୁବ ଶୀଘ୍ର ଏମିତି ଏକ ସୁବିଧା ଜାରି କରିବାକୁ ଯାଉଛନ୍ତି ଯାହା ଦ୍ୱାରା ଫର୍ଜ୍ଜି କଲ ପରି ସମସ୍ୟା ଦୂର ହୋଇପାରିବ । ଟ୍ରାଇ ପକ୍ଷରୁ KYC ଆଧାରିତ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଯେବେ ଏହାକୁ ଲାଗୁ କରାଯିବ ଫୋନ କରୁଥିବା ୟୁଜରଙ୍କ KYC ନାଁ ଆପଣଙ୍କ ମୋବାଇଲ ଡିଷ୍ପ୍ଲେରେ ଦେଖାଯିବ । ଟ୍ରାଇ ଚେୟାରମ୍ୟାନ ପିଡି ୱାଘେଲା କହିଛନ୍ତିକି ଏହାକୁ ନେଇ ଅଧିକ ବିଚାର ବିମର୍ଷ ଆଗକୁ ହୋଇପାରେ ।

ଲାଗୁ ହେବା ପରେ କଣ ହେବ ଫାଇଦା:

ଟ୍ରାଇ ତରଫରୁ ଏହି ନିୟମ ମାନ ଲାଗୁ କରାଯିବା ପରେ କୌଣସି ବି ୟୁଜର ନିଜ ପରିଚୟ ଲୁଚେଇ ରଖିପାରିବେ ନାହିଁ । ଫୋନ କରିବା ସମୟରେ KYC ରେଜିଷ୍ଟାର ନାଁ ଦେଖାଯିବା ଅର୍ଥ ହେଉଛି ୟୁଜରଙ୍କ ନାଁରେ କୌଣସି ପ୍ରକାର ତ୍ରୁଟି ରହିବ ନାହିଁ । ନାଁ ପୁରାପୁରି ଠିକ ରହିବ । ଆଉ ଏହା ଦ୍ୱାରା ଆପଣ ଫର୍ଜ୍ଜି ତଥା ସ୍ପାମ କଲ ଆଦିରୁ ସାବଧାନ ହୋଇପାରିବେ । ଅବଶ୍ୟ ଏହା ପୂର୍ବରୁ ବି ଫୋନ ଆସିବା ପରେ ୟୁଜରଙ୍କ ନାଁ ଦେଖିବାର ସୁବିଧା True Caller ସାହାଯ୍ୟରେ କରିହେଉଥିଲା । କିନ୍ତୁ ଏଥିରେ ଦେଖାଦେଉଥିବା ନାଁରେ ଫ୍ରଡ ହେବା ନେଇ ଆଶଙ୍କା ଅଧିକ ଥିଲା ।

ସମସ୍ତେ KYC କରିବାକୁ ବାଧ୍ୟ:

ଏହି ନୂଆ KYC ଆଧାରିତ ପ୍ରକ୍ରିୟା ଦୂରସଂଚାର ବିଭାଗର ମାନଦଣ୍ଡ ଅନୁସାରେ ହେବ । ଏହି ପ୍ରକ୍ରିୟା ଜରିଆରେ KYCରେ କଲ କରୁଥିବା ୟୁଜର ମାନଙ୍କ ପରିଚୟ ମିଳିପାରିବ । ଏହି ପ୍ରକ୍ରିୟାରେ ଟେଲିକମ କମ୍ପାନୀ ମାନଙ୍କ ତରଫରୁ ୟୁଜର୍ସଙ୍କ KYC ନାଁ ଆଧାରରେ ଅଫିସିଆଲ ନାଁ, ଆଡ୍ରେସ ଆଦି ରେଜିଷ୍ଟାର କରାଯାଇ ପାରିବ । ଏହା ବ୍ୟତୀତ ଜରୁରୀ କାଗଜ ପତ୍ର ଅନୁସାରେ ଭୋଟର ଆଇଡି କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ଅଥବା ବିଜୁଳି ବିଲର ରସିଦ ଦାଖଲ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.