ଅନଲାଇନ୍‌ ଚିଟଫଣ୍ଡ ଠକେଇ ଘଟଣା: ବାଲେଶ୍ୱର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର ହେଲେ ଅଭିଯୁକ୍ତ ପ୍ରିନ୍ସ କୁମାର

ବାଲେଶ୍ୱର(କେନ୍ୟୁଜ୍‌): ବାଲେଶ୍ୱର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତରେ ହାଜର ହେଲେ ଅଭିଯୁକ୍ତ ପ୍ରିନ୍ସ କୁମାର । ଡିଜିଟାଲ ରିଭୋଲ୍ୟୁସନ ଟେକ୍ନୋଲୋଜିର ମୁଖ୍ୟ ପ୍ରିନ୍ସ କୁମାର । ପ୍ରିନ୍ସ କୁମାରକୁ ବୃନ୍ଦାବନରୁ ଗିରଫ ପରେ ଆଜି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣି ଅଦାଲତରେ ହାଜର କଲା କ୍ରାଇମବ୍ରାଞ୍ଚ EOW। ବାଲେଶ୍ଵର ଜିଲ୍ଲା ସମେତ ଓଡ଼ିଶା ତଥା ବାଲେଶ୍ୱର ଓ ମୟୂରଭଞ୍ଜରୁ ଦେଢ଼ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ EOW ପ୍ରିନ୍ସ କୁମାରଙ୍କୁ ଗିରଫ କରିଥିଲା।

ଗିରଫ ପ୍ରିନ୍ସକୁମାରର ଘର ବିହାର ମୂଜାଫରପୁର ଜିଲ୍ଲାରେ। ସେ ମୋବାଇଲ ଆପ୍ଲିକେସନ୍‌ ମାଧ୍ୟମରେ ଆଇଡ଼ି ଖୋଲିବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲା । ପରେ ଜଣ ଜଣ କରି ୧୦୦ରୁ ଅଧିକ ବ୍ୟକ୍ତିଙ୍କଠାରୁ ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା। ଆପ୍‌ ମାଧ୍ୟମରେ ପ୍ରିନ୍ସ କୁମାର ଓଡ଼ିଶାରୁ ଆହୁରି କେତେ ଟଙ୍କା ଆତ୍ମସାତ କରିଛି ତାହା ଅଧିକ ତଦନ୍ତ ପରେ ଜଣାପଡ଼ିବ । ପ୍ରିନ୍ସ କୁମାର କିନ୍ତୁ ପ୍ରଥମେ କିଛି ଜମାକାରୀଙ୍କୁ ଟଙ୍କା ଫେରାଇବାରେ ସମର୍ଥ ହୋଇଥିବା ବେଳେ, ପରବର୍ତ୍ତୀ ସମୟରେ ଶହେରୁ ଊର୍ଦ୍ଧ୍ଵ ଜମାକାରୀଙ୍କ ଟଙ୍କାକୁ ଲୁଟ୍‌ କରିବାରେ ସମର୍ଥ ହୋଇଥିଲା ।

ସେହିଭଳି ପରବର୍ତ୍ତୀ ସମୟରେ ଟଙ୍କା ନ ଫେରାଇବାରୁ ଜମାକାରୀ ପ୍ରଶାନ୍ତ କୁମାର ମହାଳିକ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କରିଥିଲେ । ସେହି ଆଧାରରେ EOWର ଡିଏସ୍‌ପି ଦେବେନ୍ଦ୍ର ନାରାୟଣ ଦାସ ତଦନ୍ତ କରି ଏକ ରିପୋର୍ଟ ଦାଖଲ କରିଥିଲେ । ଏନେଇ EOWରେ ଏକ ମାମଲା ରୁଜୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.