Below header

ପଞ୍ଚାୟତ ନିର୍ବାଚନ ରଣଙ୍ଗନାରେ ରିକ୍ସା ଚାଳକ, ସରପଞ୍ଚ ପ୍ରାର୍ଥୀ ହୋଇ କରୁଛନ୍ତି ପ୍ରଚାର

ବାଲେଶ୍ବର(କେନ୍ଯୁଜ୍) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ରେ କାହିଁ କେତେ ନୂଆଁ ନୂଆଁ ଘଟଣା ଦେଖିବାକୁ ମିଳିଛି । ପଦବୀ ଛୋଟ ହେଉ ଅବା ବଡ଼, ବଡ଼ ବଡ଼ ନେତା ତଥା ପ୍ରଭାବଶାଳୀ ନେତାଙ୍କ ପରିବାର ପଞ୍ଚାୟତ ନିର୍ବାଚନ ରଣଙ୍ଗନାରେ ଅବତୀର୍ଣ୍ଣ ହୋଇଛନ୍ତି । ଏମିତିରେ କିଛି ସ୍ଥାନରେ ବ୍ଯତିକ୍ରମ ଦେଖିବାକୁ ମିଳିଛି । ଜଣେ ରିକ୍ସା ଚାଳକ ପ୍ରାର୍ଥୀ ହୋଇ ପଞ୍ଚାୟତ ନିର୍ବାଚନରେ ନିଜର ଭାଗ୍ଯ ପରୀକ୍ଷା କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରେମୁଣା ର୍ନିବାଚନ ମଣ୍ଡଳୀ ମନ୍ଦାରପୁର ପଞ୍ଚାୟତରେ ।

ଗାଁର ସନାତନ ନାୟକ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଛନ୍ତି । ଜଣେ ଗରିବ ହିସାବରେ ଗରିବଙ୍କ ପେଟ କଥା ବୁଝିଛନ୍ତି । ତମାମ ବର୍ଷ ସାରା ଝଡ଼ ଖଞ୍ଜାରେ ଝାଳ ବୁହାଇ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ ମଧ୍ୟ ତାଙ୍କ ଜୀବନ ଶୈଳୀରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେଥିପାଇଁ ସେ ନିଜେ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଥରେ ନିର୍ବାଚନରେ ପରାଜିତ ହୋଇ ମଧ୍ୟ ଦମ୍ଭ ହରାଇ ନାହାନ୍ତି। ଏଥର ପୁଣି ହୋଇଛନ୍ତି ପ୍ରାର୍ଥୀ ।

ଷାଠିଏ ବର୍ଷ ବୟସରେ ମଧ୍ୟ ମନରେ ଅଦମ୍ଯ ସାହସ । ତାଙ୍କ ସହ ଲଢ଼ୁଥିବା ପ୍ରଭାବଶାଳୀ ପ୍ରାର୍ଥୀ ସହ ଲଢ଼ିବାରେ ମନରେ ତିଳେ ମାତ୍ର ଦ୍ୱିଧା ନାହିଁ। ନିର୍ବାଚନ ଜିତିବା ପାଇଁ ପଡୋଶୀ , ବନ୍ଧୁ ଓ ସମର୍ଥକଙ୍କୁ ସେ ଭୋଟ ଦେବାପାଇଁ ନିବେଦନ କରୁଛନ୍ତି । ହାତରେ ରିକ୍ସା ଆଉ କିଛି ଖଣ୍ଡ ପୁସିଙ୍ଗ କାର୍ଡ । ଏତିକିରେ ସନା ଭାଇଙ୍କ ନିର୍ବାଚନ ପ୍ରଚାର ଜୋର୍‌ ସୋର୍‌ ରେ ଚାଲିଛି । କହୁଛନ୍ତି ମୁଁ ଭୋଟ ଜିତିବି ଲୋକଙ୍କ ସହ ଅଛି ଲୋକ ମୋତେ ସମର୍ଥନ କରିବେ । ନିଜ ପାଇଁ ବି ନିଜେ ରିକ୍ସାରେ ବୁଲି ପ୍ରଚାର କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.