Below header

ମର୍ମନ୍ତୁଦ ସଡକ ଦୁର୍ଘଟଣା : କ୍ଷୀର ଗାଡିକୁ ପଛପଟୁ ଧକ୍କା ଦେଲା ବାଇକ, ଜଣେ ମୃତ ଓ ୨ ଗୁରୁତର

ରାଇରଙ୍ଗପୁର (କେନ୍ୟୁଜ୍) : କ୍ଷୀର ଗାଡିକୁ ପଛପଟୁ ଧକ୍କା ଦେଲା ବାଇକ୍‌। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବଦଡା ଅଞ୍ଚଳ କାଦୁଆଣି ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ କରଞ୍ଜିଆର ମୁକେଶ ମହାକୁଡ। ଏକ ବାଇକ ଯୋଗେ ୩ଜଣ ଘରକୁ ଫେରୁଥିବାବେଳେ ଛିଡା ହୋଇଥିବା ଏକ ଗାଡିକୁ ଧକ୍କା ଦେଇଥିଲା। ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷୀର ଗାଡି ଓ ବାଇକକୁ ଜବତ କରି ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.