Below header

ଘର ମାଲିକଙ୍କୁ ବାନ୍ଧି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଲେ ୧୨ ଜଣ ଡକାୟତ

ଝାରସୁଗୁଡ଼ା : ଘର ମାଲିକଙ୍କୁ ବାନ୍ଧି ଲୁଟ୍‌। ଲକ୍ଷାଧିକ ଟଙ୍କାର ସୁନା ଗହଣା ଧରି ଚମ୍ପଟ ମାରିଲେ ୧୨ ଜଣ ଡକାୟତ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ବାଗଡିହି ଗାଁରେ ଘଟିଛି ଏଭଳି ଘଟଣା । ସ୍ଥାନୀୟ ଠିକାଦାର ଶ୍ୟାମଲାଲ୍‌ ଅଗ୍ରଓ୍ଵାଲଙ୍କ ଘର ଗ୍ରୀଲ୍‌ ଭାଙ୍ଗି ଗତକାଲି ରାତିରେ ୧୨ ଜଣ ଡାକୟତ ପଶିଥିଲେ । ଶୋଇଥିବା ଅବସ୍ଥାରେ ଶ୍ୟାମ ଅଗ୍ରଓ୍ଵାଲ ଓ ତାଙ୍କ ସ୍ତ୍ରୀଙ୍କୁ ଦୌଡ଼ିରେ ବାନ୍ଧି ଦେଇଥିଲେ ଦୁର୍ବୃତ୍ତ । ମାରଣାସ୍ତ୍ର ଦେଖାଇ ଭୟଭୀୟ କରିଥିଲେ। ଏହାପରେ ଘରେ ଥିବା ଆଲମାରୀ ଭାଙ୍ଗି ୭ରୁ ୮ ଲକ୍ଷ ଟଙ୍କାର ସୁନା ଗହଣା ଓ ୨ଶହଟି ରୁପା ମୁଦ୍ରା ଧରି ଫେରାର୍‌ ହୋଇଥିବା ଅଭିଯୋଗ ହୋଇଛି । ସମସ୍ତ ଲୁଟେରା ମୁହଁରେ କଳାକପଡ଼ା ପିନ୍ଧି ଆସିଥିଲେ। ଘଟଣାସ୍ଥଳରେ ଖୋଳତାଡ କରିଛି ଝାରସୁଗୁଡ଼ା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.