ଛାତ୍ର ବେଶରେ ଆସିଲେ, ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୪୦ ଲକ୍ଷ ଲୁଟି ନେଲେ

ବାଲେଶ୍ୱର : ଅଭିନବ ଉପାୟରେ ବ୍ୟାଙ୍କ ଲୁଟ୍‌ । ଛାତ୍ର ବେଶରେ ଆସିଲେ । ବନ୍ଧୁକ ଦେଖାଇ ଭୟଭୀତ କରି ବ୍ୟାଙ୍କରୁ ୪୦ ଲକ୍ଷ ଟଙ୍କା ଲୁଟି ଫେରାର । ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଶ୍ରୀରାମପୁର ଏସବିଆଇ ଶାଖାରୁ ଦିନ ଦ୍ୱିପ୍ରହରରେ ଏହି ଲୁଟ୍‌ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, କଲେଜ ଛାତ୍ରଙ୍କ ୟୁନିଫର୍ମ ପିନ୍ଧିଥିବା ୬ ଜଣ ଦୁର୍ବୃତ୍ତ ବାଇକରେ ଶ୍ରୀରାମପୁର ଏସବିଆଇ ଶାଖାକୁ ଆସିଥିଲେ । ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରିବା ସହ ସେମାନେ ୪୦ ଲକ୍ଷ ଟଙ୍କା ଧରି ଛୁ ମାରିଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.