Below header

ଶୈଳେନ୍ଦ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ୍‌: ମାଷ୍ଟରମାଇଣ୍ଡ ଦୀପୁ ଫେରାର, ଆଜି ଡେମୋ ଦେଖାଇବେ ସୁନୀତା

କଟକ(କେନ୍ୟୁଜ୍): ଶୈଳେନ୍ଦ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ । ହତ୍ୟା ପରେ ଶୈଳେନ୍ଦ୍ରଙ୍କୁ ପୋଡିଦିଆଯାଇଥିଲା। ପୋଡିବା ପରେ ଶରୀର ଅଂଶକୁ ପୋଖରୀରେ ଫିଙ୍ଗିଦେଇଥିଲେ । ଘଟଣାର ମାଷ୍ଟରମାଇଣ୍ଡ ଦୀପୁ ସାହୁ ଫେରାର ରହିଛି । ଦୀପୁର ସ୍ତ୍ରୀ ସୁନୀତା ଓ ସହଯୋଗୀକୁ ଅଟକ ରଖିଛି ପୋଲିସ୍ । ଅନୈତିକ ସମ୍ପର୍କରୁ ହତ୍ୟାକାଣ୍ଡ ଘଟିଛି। ଶୈଳେନ୍ଦ୍ର ସୁନୀତାଙ୍କ ପାଖକୁ ଅନେକ ଥର ଆସିଥିଲେ । ଗତ ୩ତାରିଖ ଦିନ ଶୈଳେନ୍ଦ୍ର ସୁନୀତାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ଦୀପୁ ତାଙ୍କୁ ଦେଖିବାକୁ ପାଇଥିଲା।

ଏହାପରେ ଶୈଳେନ୍ଦ୍ରକୁ ଜୀବନରୁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲା। ଘର ଭିତରେ ହିଁ ଶୈଳେନ୍ଦ୍ରକୁ ହତ୍ୟା କରିଥିଲା ଦୀପୁ। ଏଥିରେ ସ୍ତ୍ରୀ ସୁନୀତା ଓ ଅନ୍ୟ ସହଯୋଗୀ ସାମିଲ ଥିଲେ । ଏବେ ଦୀପୁ ସାହୁ ଫେରାର ଅଛି । ଗିରଫ କରିବାକୁ ନୟାଗଡ ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଛି। ଆଜି କ୍ରାଇମ ସିନ୍‌ ରିକ୍ରିଏସନ କରାଯିବ । ହତ୍ୟାକାଣ୍ଡ ସ୍ଥାନ, ପୋଖରୀକୁ ଯାଇ ଡେମୋ ଦେଖାଇବେ ସୁନୀତା।

ସୂଚନା ଅନୁସାରେ ମୃତ ଶୈଳେନ୍ଦ୍ର କଟକରେ ଏଲଆଇସି ଏଜେଣ୍ଟ ଭାବରେ କାମ କରୁଥିଲେ। ଏହା ସହ ଏକ ୱେବ୍‌ ଚ୍ୟାନେଲରେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଏହି ସମୟରେ ଶୈଳେନ୍ଦ୍ରଙ୍କର ଜଣେ ମହିଳାଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ମହିଳା ସୁନୀତା ଓ ତାଙ୍କ ସ୍ୱାମୀ ଦୀପୁ ସାହୁଙ୍କ ଘର ନୟାଗଡ଼ ମହୀପୁର ଅଞ୍ଚଳରେ ହୋଇଥିବାବେଳେ କଟକରେ ରହି ଦହିବରା ବେପାର କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.