Below header

ମୋହନା ବନବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ୧୪ଖଣ୍ଡ ଶାଳଗଣ୍ଡି ଜବତ, ମାଫିଆ ଫେରାର 

ମୋହନା: ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ଗଞ୍ଜାମ-ଗଜପତି ସୀମାନ୍ତ ଅଡବା ଥାନା ଅନ୍ତର୍ଗତ ଖାରିଚୁଆ-ବାଲିନାଳ ଜଙ୍ଗଲରୁ ୧୪ଖଣ୍ଡ ଶାଳ କାଠ ଗଣ୍ଡି ଜବତ ହୋଇଛି l ଏନେଇ ମୋହନା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଚଢ଼ାଉ ବେଳେ କାଠମାଫିଆ ମାନେ ଫେରାର ହୋଇଯାଇଛନ୍ତି l ଜବତ କାଠ ଗଣ୍ଡି ଗୁଡ଼ିକର ମୂଲ୍ୟ ପାଖାପାଖି ୮୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏ ନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି l ତେବେ ବନବିଭାଗର କଡା ପହରା ସତ୍ୱେ ମୋହନା ଅଞ୍ଚଳର ବିଭିନ୍ନ ଜଙ୍ଗଲ ମାନଙ୍କରେ ଅବାଧରେ ମୂଲ୍ୟବାନ ଗଛ କଟା ଚାଲିଛି l ଉଚିତ ପଦକ୍ଷେପ ନେଇ ଜଙ୍ଗଲକୁ କାଠମାଫିଆଙ୍କ ଦାଉରୁ ରକ୍ଷା କରିବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.