ବରିଷ୍ଠ ନେତା ସଲମନ୍ ଖୁର୍ସିଦଙ୍କ ବଡ଼ ବୟାନ, କହିଲେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡିବା କଂଗ୍ରେସ ପାଇଁ ବଡ ସମସ୍ୟା

ନୂଆଦିଲ୍ଲୀ: କଂଗ୍ରେସର ଜରାଜୟ ନେଇ ବରିଷ୍ଠ ନେତା ସଲମାନ୍ ଖୁର୍ସିଦ୍‌ଙ୍କ ବଡ଼ ବୟାନ । ସଲମାନ ଖୁର୍ସିଦ୍ କହିଛନ୍ତି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡିବା କଂଗ୍ରେସ ପାଇଁ ବଡ ସମସ୍ୟା । ଲୋକସଭା ନିର୍ବାଚନରେ ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡିବା ଦ୍ୱାରା ଦଳ ପାଇଁ ସଙ୍କଟ ବଢିଯାଇଛି । ରାହୁଲ ଗାନ୍ଧୀ ପଦ ଛାଡିବା ଫଳରେ ଦଳ ଏପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ପରାଜୟର ସମୀକ୍ଷା ମଧ୍ୟ କରିପାରିନାହିଁ । କାହିଁକି ନିର୍ବାଚନ ହାରିଲୁ, ଦଳର ନେତା ଏକାଠି ହୋଇ ଏନେଇ ଆଲୋଚନା କହିନାହାନ୍ତି । ଏବେ କଂଗ୍ରେସ ଏପରି ସଂଘର୍ଷ କରୁଛି ଯେ, ବିଧାନସଭା ନିର୍ବାଚନ ଜିତିବା ସକ୍ଷମ ନୁହଁ । ଆଗକୁ ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ଜିତିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ସଲମାନ ଖୁର୍ସିଦ୍ । ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡିଛନ୍ତି । ଏବେ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି ।

 

Leave A Reply

Your email address will not be published.