Below header

ନୟାଗଡ଼: ହାଇୱା ସୃଷ୍ଟି କରିଥିଲା ହାହାକାର, ମୃତ୍ୟୁର ଝଡ଼ ଫେରିଗଲା ପରେ ଏବେ ଶୁଭୁଛି କେବଳ କାନ୍ଦ ବୋବାଳି

କେନ୍ୟୁଜ୍(ବ୍ୟୁରୋ):  ଅପରାହ୍ନରେ କିଛି ସମୟ ପାଇଁ ମୃତ୍ୟୁର ଶରଣରେ ଥିଲା ଶରଣକୁଳ। ହାଇୱା ସୃଷ୍ଟି କରିଥିଲା ହାହାକାର। ଘଟାଇ ଚାଲିଲା ସରିଜ ଦୁର୍ଘଟଣା। ଜଣଙ୍କ ପରେ ଜଣଙ୍କୁ ମାଡି ଚାଲିଲା। ମୃତ୍ୟୁର ଝଡ଼ ଚାଲିଗଲା, ଶୁଣିବାକୁ ମିଳିବା କାନ୍ଦ ବୋବାଳି। କେଉଁଠି ଶାଶୁ ବୋହୂ ତ କେଉଁଠି ଅଜା-ନାତିଙ୍କ ମୃତ୍ୟୁ ହୋଇଥିଲା।

ଆରକେଡି ଠିକା ସଂସ୍ଥାର ଏହି ହାଇୱା। ଗାଡିର ବ୍ରେକ୍‌ ଫେଲ୍‌ ହେଲା। ନିୟନ୍ତ୍ରଣ ହରାଇଲା ଡ୍ରାଇଭର। ମାଡି ଚାଲିଲା ଆଗକୁ ଆଗକୁ। ଶରଣକୁଳ ଥାନ ନିକଟରେ ପ୍ରଥମ ଧକ୍କା। ଏଠାରେ, ଗୋଟିଏ ପରିବାର ଦୁଇ ଜଣ, ଶାଶୁ-ବୋହୂଙ୍କ ଜୀବନ ଗଲା।…

ପ୍ରଥମ ଧକ୍କା ପରେ ଶରଣକୁଳ ବଜାର ଭିତରେ ପଶିଥିଲା, ଏହି ଜମଦୂତ। ସୁଆର ସାହିରେ ନେଲା ୪ ଜଣଙ୍କ ଜୀବନ। ଏଠାରେ ମଧ୍ୟ ଥିଲେ ଗୋଟିଏ ପରିବାରର ଦୁଇ ଜଣ, ଅଜା-ନାତି।. ସିରିଜ ଦୁର୍ଘଟଣାରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି। ୩ ଜଣ ମହିଳା ଓ ତିନି ଜଣ ପୁରୁଷ।

ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଧରିଛି ପୋଲିସ। ଅଶାନ୍ତ ଅଛି ପରିବେଶ। ଧାରଣରେ ବସିଛନ୍ତି ସ୍ଥାନୀୟ ଲୋକ। ଦାବି, ଠିକା ସଂସ୍ଥାର ମାଲିକ ଏଠାକୁ ଆସନ୍ତୁ। ମୃତକଙ୍କ ପରିବାକୁ ମିଳୁ କ୍ଷତିପୂରଣ।  ଘଟଣାକୁ ଆସି ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.