ରାଜଧାନୀରେ ଦିନିକିଆ ଏସସି-ଏସଟି ହବ୍ ସମ୍ମିଳନୀ

 ଭୁବନେଶ୍ବର(କେନ୍ଯୁଜ୍) :ଭୁବନେଶ୍ୱରରେ ଦିନିକିଆ ଏସସି-ଏସଟି ହବ୍‌ ରାଜ୍ୟ ସମ୍ମିଳନୀ । ଏହା ସହ ଏନଏସଆଇସିର ଧର୍ମପଦ ଭବନକୁ ଉଦଘାଟନ କରିଛନ୍ତି ତିନି ଜଣ କେନ୍ଦ୍ର ମନ୍ତ୍ରୀ । ଏସସି-ଏସଟି ଉଦ୍ୟୋଗୀଙ୍କୁ ସଶକ୍ତିକରଣ କରିବା ପାଇଁ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ଅବସରରେ ତିନି ଜଣ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ଏସସି-ଏସଟିଙ୍କୁ ଶିଳ୍ପ କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବାକୁ କେନ୍ଦ୍ର ସରକାରଙ୍କର ନୂଆ ପ୍ରୟାସ । ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ଏସସି-ଏସଟି ହବ୍‌ ରାଜ୍ୟ ସମ୍ମିଳନୀ । ଏଥିରେ ଯୋଗ ଦେଇଥିଲେ ୨ହଜାରରୁ ଅଧିକ ପ୍ରତିନିଧି । ଏନଏସଆଇସିର ଧର୍ମପଦ ଭବନ ବି ଲୋକାର୍ପିତ ହୋଇଛି । ଅନୁସୂଚିତ ଜାତି ଓ ଜନଜାତିର ଉଦ୍ୟୋଗୀଙ୍କୁ ସହଯୋଗ, କୌଶଳ ଓ ପ୍ରୋତ୍ସାହନ ଯୋଗାଇବାକୁ କେନ୍ଦ୍ର ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ତିନି ଜଣ କେନ୍ଦ୍ର ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ବର୍ବରତାର ସୀମା ଟପିଲା ପୋଲିସ୍ : ବୃଦ୍ଧାଙ୍କ ଚୁଟି ଧରି ତଳେ ପକାଇବା ସହ ମାରିଲା ମାଡ

ପବ୍ଲିକ ପ୍ରୋକ୍ୟୁରମେଣ୍ଟ ପଲିସି ଅନୁଯାୟୀ ଏସସି-ଏସଟି ଉଦ୍ୟୋଗୀଙ୍କ ଠାରୁ କେନ୍ଦ୍ର ସରକାର ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ କ୍ରୟ କରିବେ । ଏହି ସୁବିଧା ସବୁ ସ୍ଥାନରେ ମିଳିବ । ସେମାନଙ୍କୁ ବ୍ୟବସାୟ ବଢାଇବାକୁ ସୁବିଧାରେ ଋଣ ଯୋଗାଇବା ପାଇଁ ଏସସି-ଏସଟି ବିକାଶ ନିଗମ ଓ କ୍ଷୁଦ୍ର ଶିଳ୍ପ ନିଗମ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଅନେକ ଶିଳ୍ପ ପ୍ରତିଷ୍ଠା ସହ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଥିବା ବିଭାଗୀୟ ସଚିବ କହିଛନ୍ତି ।

 

Leave A Reply

Your email address will not be published.