Below header

ଯାଜପୁରରେ ଓଲଟିଲା ସ୍କୁଲ ଭ୍ୟାନ୍ , ଅଳ୍ପକେ ବର୍ତ୍ତିଲେ ୧୫ରୁ ଅଧିକ ଛାତ୍ରଛାତ୍ରୀ

ଯାଜପୁର(କେନ୍ୟୁଜ୍) : ଯାଜପୁର ଓଲଟିଲା ସ୍କୁଲ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ୧୫ରୁ ଅଧିକ ଛାତ୍ରଛାତ୍ରୀ । ଘଟଣା ଘଟିଛି କୁଆଖିଆ ଥାନା ଅତଲାପୁର ଗାଁ ମସଜିଦ ନିକଟରେ । ସ୍ଥାନୀୟ ଏକ ଘରୋଇ ଇଂଲିସ୍ ମିଡିୟମ ସ୍କୁଲର ଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଭ୍ୟାନଟି ନିକଟସ୍ଥ ପୋଖରୀ ଭିତରକୁ ଖସି ପଡିଥିଲା । ସ୍ଥାନୀୟ ଲୋକ ଗାଡି ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.