୪ ଦଫା ଦାବି ନେଇ ଆସନ୍ତା ୪ତାରିଖରୁ ଆନ୍ଦୋଳନ କରିବ କନଷ୍ଟେବଲ, ହାବିଲଦାର ଓ ସିପାହୀ ମହାସଂଘ

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଶା ପୋଲିସ କନଷ୍ଟେବଲ, ହାବିଲଦାର ଓ ସିପାହୀ ମହାସଂଘର ଆନ୍ଦୋଳନ ଧମକ। ଆସନ୍ତା ୪ତାରିଖରୁ ଏହି ପୋଲିସ କର୍ମଚାରୀ ମାନେ କଳାବ୍ୟାଜ ପିନ୍ଧିବାର ନିଷ୍ପତ୍ତି ନେଇଥିବା ବେଳେ ୫ ତାରିଖରୁ କାର‌୍ୟ୍ୟବନ୍ଦ ଆନ୍ଦୋଳନ କରିବେ। ଗୃହ ବିଭାଗ ଅଧିକାରୀଙ୍କ ସହ ସଚିବାଳୟରେ ବସିଥିବା ବୈଠକ ଆଲୋଚନା ବିଫଳ ହେବା ପରେ କାର‌୍ୟ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛି ସଂଘ। ୪ ଦଫା ଦାବି ନେଇ ମହାସଂଘ ଆନ୍ଦୋଳନ କରିବ ବୋଲି ଧମକ ଦେଇଛି। ଏହି ଦାବି ମଧ୍ୟରେ ଚୁକ୍ତି ଭିତ୍ତିକ ନିଯୁକ୍ତିର ଉଚ୍ଛେଦ, ୧୩ମାସିଆ ଦରମାକୁ ୨୦ ହଜାର ପରିବର୍ତ୍ତେ ୪୦ହଜାରକୁ ବୃଦ୍ଧି କରିବା, ଆଲାଉନସ ବୃଦ୍ଧି ଓ ସମସ୍ତ ପୋଲିସ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟବୀମା ପ୍ରଦାନ ଆଦି ରହିଛି। ଏହାସହ ସେମାନଙ୍କୁ ମିଳିଥିବା ଅସ୍ତ୍ରକୁ ଜମା କରିବା ସହ ୫ ତାରିଖରୁ ସମସ୍ତ VIPଙ୍କ ଠାରୁ PSO ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.